ମୃତ ଶିକ୍ଷକ ଙ୍କୁ କୋଭିଡ୍ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ନବରଙ୍ଗପୁର ଜିଲ୍ଲା (ଡାବୁଗାଁ ବ୍ଲକ) ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ୍ ପରିଚାଳନା ଦାୟିତ୍ବ ଦିଆଯାଇଛି । ଚଳିତ ମାସ ଜୁଲାଇ ୨୮ ତାରିଖ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କୋଭିଡ଼ କଣ୍ଟ୍ରୋଲ ରୁମ୍‌ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଅଜବ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ , ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ କୋଭିତ୍ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ରୁମ୍ ରହିଛି । ବ୍ଲକ୍‌ର ଶିକ୍ଷକଙ୍କୁ ୪ଟି ପର୍ଯ୍ୟାୟ ଯଥାକ୍ରମେ ସକାଳ ୭ରୁ ଅପରାହ୍ନ ଗୋଟାଏ , ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୬ଟା , ସନ୍ଧ୍ୟା ୬ଟାରୁ ରାତି ୧୦ଟା ଏବଂ ରାତି ୧ଟାରୁ । ସକାଳ ୭ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଚିଠି କରାଯାଇଛି । ଶିକ୍ଷକମାନେ କଣ୍ଟ୍ରୋଲରୁମରେ ରହି କୋଭିତ୍ ଆକ୍ରାନ୍ତ କିମ୍ବା ପରିବାରର ଫୋନ୍ ଗ୍ରହଣ କରି ଅଭିଯୋଗ ଶୁଣିବେ ଏବଂ ପଞ୍ଜୀକରଣ କରିବେ । ଏହି କ୍ରମରେ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ତରଫରୁ କେଉଁ କେଉଁ ଶିକ୍ଷକ ଏହିକାର୍ଯ୍ୟ କରିବେ ତାହା ପ୍ରକାଶ ପାଇଛି । ମାସକ ପାଇଁ ଶିକ୍ଷକଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଥିବା ବେଳେ ତାଲିକାରେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କ ନାମ ରହିଛି ।ଏପରିକି କାର୍ଯ୍ୟରେ ଯୋଗ ଦେବାକୁ ବି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକି ସମସ୍ତଙ୍କୁ ଚକିତ କରିଛି ସୂଚନାଯୋଗ୍ୟ:- ପୂର୍ବରୁ ବି ଏଭଳି ଭୁଲ ହାଇଥିଲ । ପୁଣି ପୂର୍ବ ଭୁଲକୁ ଦୋହରା ଯାଇଥିବା ବେଳେ ଦାୟିତ୍ବହୀନ ଭାବେ କାମ ହେଉଥିବା ଅଭିଯୋଗ ହୋଇଛି।

Comments (0)
Add Comment