ଡାବୁଗାଁ ଠାରେ ମଦୁଆଙ୍କ ଆଡା ସ୍ଥଳୀ ପାଲିଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

ନବରଙ୍ଗପୁର:- ଡାବୁଗାଁରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ବହୁଦିନରୁ ବନ୍ଦ ହୋଇଯାଇଛି। ଫଳରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର ବର୍ତ୍ତମାନ ମଦୁଆଙ୍କ ଆଡା ପାଲିଟିଛି। ୨୦୧୮ ଜୁଲାଇ ମାସରେ ବିଜେଡି ସରକାର ସମୟରେ ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଖୋଲା ଯାଇଥିଲା । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦୂର ଯାତାୟାତ କରୁଥିବା ଯାତ୍ରୀମାନେ ସ୍ବଳ୍ପ ସମୟ ରହିବା ପାଇଁ ବିଭିନ୍ନ ସୁବିଧା ପାଉଥିଲେ। ଯାତ୍ରୀମାନଙ୍କ ପାଇଁ ଶୌଚାଳୟ, ୱାସ୍ ରୁମ୍, ପୁରା ସପରିବାର ବସିବା ପାଇଁ ସୁବିଧା, କାର୍ ଏବଂ ବାଇକ୍ ପାଙ୍କି ସୁବିଧା  ରହିଥିଲା। ଏଥିସହ ଭିନ୍ନକ୍ଷମମାନଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ସୁବିଧା କରାଯାଇଥିଲା। ଫଳରେ ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ କିଛି ସମୟ ଆରାମ ନେବା ପରେ ପୁଣି ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରୁଥିଲେ। ପୂର୍ତ୍ତ ବିଭାଗ ଦ୍ବାରା ପରିଚାଳିତ ଏହି ପଥପ୍ରାନ୍ତ ସୁବିଧା
କେନ୍ଦ୍ର ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବ ରୁ ଓଲଡା ହୋଇ ପଡିଛି।ପଥପ୍ରାନ୍ତ କେନ୍ଦ୍ର ପରିସରରେ ଥିବା ସୁନ୍ଦର ପୁଷ୍ପ ଗଛ ଶୁଖିଯିବା ସହିତ ପରିବେଶ ଅସନା ହୋଇ ପଡ଼ିଛି, ଚାରିଆଡେ ଅଳିଆ ଗଦା ଦେଖିବାକୁ ମିଳୁଛି, ସ୍ଥାନେ ସ୍ଥାନେ ମଦ ବାଟୋଲ ମଧ୍ୟ୍ୟ ପଡ଼ିରହିଛି। ସୂଚନା ଥାଉ କି ଡାବୁଗାଁ ରାଜ୍ୟ ରାଜପଥକୁ ଲାଗି ରହିଥିବାରୁ ଏଠାରେ ଯାତ୍ରୀମାନେ ଆରାମ କରୁଥିଲେ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର କେବେ କାର୍ଯ୍ୟକ୍ଷମ କରାଯାଇ ପୁଣି ଥରେ ଯାତ୍ରୀମାନଙ୍କୁ ସେବା ପ୍ରଦାନ କରିବ।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment