ଡାବୁଗାଁ ରେ ପେଟ୍ରୋଲ ଦର ଶହେ ପାର୍

ନବରଙ୍ଗପୁର ଜିଲ୍ଲା (କୋଶଲ ନ୍ୟୁଜ୍) (ଡାବୁଗାଁ):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକରେ କିଛି ଦିନ ଧରି ପେଟ୍ରୋଲ ଦର ବଢ଼ିବାରେ ଲାଗିଥିବା ବେଳେ ଆଜି ପେଟ୍ରୋଲ ଦର ଲିଟର ପିଛା ଶହେ ଟଙ୍କା ପାର ହୋଇ ଯାଇଛି । ଗତକାଲି ପେଟ୍ରୋଲ ଦର ଲିଟର ପିଛା ୯୯ ଟଙ୍କା ୭୨ ପଇସା ଥିବା ବେଳେ ଆଜି ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ୭୭ ପଇସାରେ ବିକ୍ରି ହେଉଛି । ଫଳରେ ଲୋକେ ବାଇକ୍କି ଚାରିଚାକିଆ ଗାଡି ଧରି ବାହାରକୁ ଯିବାକୁ ଇଛା ପ୍ରକାଶ କରୁନାହାନ୍ତି । ଜରୁରୀ କାମ ଥିଲେ ହିଁ ବାଇକ୍ କିମ୍ବା କାର୍ ଧରି ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ପେଟ୍ରୋଲ ଦର ବଢ଼ିବା ପରେ ଗରିବ ଓ ମଧ୍ୟବର୍ତ୍ତୀ ଲୋକ ମାନଙ୍କ ପାଇଁ ସମସ୍ୟା ବଢ଼ି ଯାଇଛି । ସେହିପରି ଡିଜେଲ ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଗତକାଲି ଡିଜେଲ ଦର ଲିଟର ପିଛା ୯୭ ଟଙ୍କା ୫୭ ପଇସା ଥିବା ବେଳେ ଆଜି ୯୮ ଟଙ୍କା ୫୭ ପଇସାରେ ବିକ୍ରି କରାଯାଉଛି । ଫଳରେ ଦର ଦାମ ମଧ୍ୟ ବଢ଼ିବାରେ ଲାଗିଛି । ରାଜ୍ୟ ସରକାର ତଥା କେନ୍ଦ୍ରସରକାର ଏଠି ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସାଧାରଣ ଜନତା ମତବ୍ୟକ୍ତ କରିଛନ୍ତି ।

Comments (0)
Add Comment