ନବରଙ୍ଗପୁର ଜିଲ୍ଲା ରେ ରାମମୟ ହେଉଛି ପ୍ରତି ପରିବାର

ପାପଡା ହାଣ୍ଡି ବ୍ଳକ ର ମୈଦଲ ପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୈଦଲ ପୁର କଲେଜ କଲୋନୀ ରେ ଅଯୋଧ୍ୟା ରାମନଗରୀ ର ଭ୍ରମ ସୃଷ୍ଟି ହେଉଛି। କଲେଜ କଲୋନୀ ର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର, ସରକାରୀ ପ୍ରାଥମିକ ବିଦ୍ୟାଳୟ ଭେଜା ର ପ୍ରଧାନ ଶିକ୍ଷକ ଦିବାକର ସମରଥ, ଵଟକରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଵଟକରୀ ପ୍ରଧାନ ଶିକ୍ଷକ କେଶଵ ଦିସାରୀ, ସରକାରୀ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ହୃଷୀକେଶ ବିଷୋୟୀ,ଯୁବ ସ୍ବାଭିମାନ ବ୍ୟବସାୟୀ ଶୋଭା ଗରଡା ରାମ ମୟ ଭାଵନା ରେ ଅନବଦ୍ୟ ଉଦ୍ୟମର ଆସନ୍ତା କାଲି ର ଅଯୋଧ୍ୟା ରେ ରାମ ମନ୍ଦିର ଆୟୋଜନ ରେ ମୈଦଲ ପୁର ରେ ହନୁମାନ ମନ୍ଦିରର ଅନ୍ନ ର ଭବ୍ୟ ଆୟଜନ ପାଇଁ ଚାଉଳ 100କେ ଜି, ଟମାଟୋ 1ପେଟି, ଫୁଲ କୋଵି 30 କେ ଜି ,ବିନସ 20 କେ ଜି , ଡାଲି 5 କେ ଜି , ଆଳୁ 10 କେ ଜି , କଦଳୀ ଖାନ୍ଧୀ ପ୍ରଦାନ କରି ରାମମୟ ଭାବରେ ଭାଵାୟିତ ଚିନ୍ତା ଧାରା ର ସୀତା ମାତା ବୃନ୍ଦା, ଉର୍ମିଳା, ସର ଦିଦି,ଦୁର୍ଗେଶରୀ ଭଳି ମାତୃଦେବ ମାନଙ୍କ ଚିନ୍ତା ଧାରାରେ ଭବ୍ୟ ଆୟଜନ ର ସମ୍ଭାବନା ସୃଷ୍ଟି ହୋଇଛି ।

ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ତରଫରୁ ଅନ୍ନ ପ୍ରସାଦ ମୈଦଲ ହନୁମାନ ମନ୍ଦିରରେ ପହଞ୍ଚିବା ପାଇଁ ମାଆ ମାନଙ୍କ ହୁଲୁ ହୁଲି ,ଜୟ ଶ୍ରୀ ରାମ ନାମରେ ଗଗନ ପବନ ମୁଖରିତ, କୁନି କୁନି ପିଲାମାନଙ୍କ ଭିତରେ ଜୟ ଶ୍ରୀ ରାମ,ଜୟ ସୀତା ରାମ ଉଚ୍ଚାରଣରେ ବିଦାୟ ସହ ହନୁମାନ ମନ୍ଦିର ମୈଦଲ ପୁର ହନୁମାନ ମନ୍ଦିରରେ ସନ୍ତୋଷ ପାଣି ଗ୍ରାହୀ, ନିର୍ମଳ ବିଷୋୟୀ, ଭବାନୀ ଶଙ୍କର ଵିଷୟୀ, କିଶୋର ଵିଷୟୀ, ମନ୍ଦିର ପୂଜକ ବିଶ୍ଵନାଥ ଦାସ ସ୍ଵାଗତ ସମ୍ବର୍ଦ୍ଧନା ସହ ସାମଗ୍ରୀ ଗ୍ରହଣ କରିଥିଲେ। ମୈଦଲ ପୁର ଅଂଚଳର ବୁଦ୍ଧିଜୀବି, ଉଚ୍ଚ ଶିକ୍ଷିତ ଯୁବକମାନେ ଏ ଭଳି ଚିନ୍ତାଧାରା କୁ ଉଚ୍ଚ ପ୍ରଶଂସା କରିଥିଲେ।

Comments (0)
Add Comment