ନୂତନ ପ୍ରକଳ୍ପ ଗୁଡିକର ଭୂମି ପୂଜନ ସହ ଶିଳାନ୍ୟାସ କଲେ ଡାବୁଗାଁ ବିଧାୟକ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନରେ ୮ ଟି ପ୍ରକଳ୍ପର ଭୂମି ପୂଜନ ସହ ଶିଳାନ୍ୟାସ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇ ଥିବାବେଳେ ଡାବୁଗାଁ ବ୍ଳକ ରେ ୪ ଟି ପ୍ରକଳ୍ପର ଭୂମି ପୂଜନ ସହ ଶିଳାନ୍ୟାସ ହୋଇଛି lଏଥିରେ ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ପାତିଆ ଠାରୁ ଘୁଷୁରାବେଡା ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ, ଡାବୁଗାଁ ପଞ୍ଚାୟତର ଡାବୁଗାଁ ଠାରୁ ଉମୁରହାଣ୍ଡି ଗ୍ରାମ ମଧ୍ୟରେ ଥିବା ଅଙ୍ଗୀ ନଦୀ ଉପରେ ପୋଲ ଓ ବୋରିଗାଁ ପଞ୍ଚାୟତ ଅଧୀନ ପରିଆବେଡା ଠାରୁ ଆଟିଗାଁ ମଧ୍ଯରେ ଥିବା ଭାସ୍କେଲ ନଦୀ ଉପରେ ପୋଲ, ଘୋଡାଖୁଣ୍ଟା ଠାରୁ ଶିଂସାରି ରାସ୍ତା ମଧ୍ୟରେ ଥିବା ଗାଈଯୋଡି ନଦୀ ଉପରେ  ନିର୍ମାଣ ହେବାକୁ ଥିବା ପୋଲର ଭୂମି ପୂଜନ ସହ ଶିଳାନ୍ୟାସ କରାଯାଇଛି | ଏଥିରେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି | ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବାନନ୍ଦ ବିଶୋୟୀ, ପାପଡାହାଣ୍ଡି ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତରା ଓ ଗୁପ୍ତ ବିଶୋୟୀ, ସାଂସଦ ପ୍ରତିନିଧି ଏମ୍. ଆପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବ୍ଲକ ବରିଷ୍ଠ ବିଜେଡି ଉପଦେଷ୍ଟା ମଳୟ ବିଶୋୟୀ ଓ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ | ଉମୁରାହାଣ୍ଡି ଗ୍ରାମର ପଦମ ପୁଝାରୀ ଙ୍କ ସମେତ ଗ୍ରାମବାସୀ ପୋଲ ପାଇଁ ବିଧାୟକଙ୍କୁ ଗୁହାରୀ କରି ଥିଲେ, ତାହା ଖୁବ କମ ଦିନରେ ଆଜି ଫଳବତୀ ହୋଇ ଥିବାରୁ ସେ ଓ ଜଣେ ମହିଳା ଏଇ ମଞ୍ଚରେ ବିଧାୟକ ଙ୍କୁ ଧନ୍ୟବାଦ ଦେବା ସହ ଜୟ ଜୟ କାର କରି ସଭାକୁ ଆନନ୍ଦ ଉଲ୍ଲାସ ରେ ଭରି ଦେଇଥିଲେ।

Comments (0)
Add Comment