ସାନିଟାଇଜ ହେଲା ଡାବୁଗାଁ ସହର

ଡାବୁଗାଁ ବ୍ଲକ: ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଡାବୁଗାଁ ବ୍ଲକ ପ୍ରଶାସନ ତରଫରୁ ଅଗ୍ନିଶମ ବିଭାଗ ସହଯୋଗରେ ଡାବୁଗାଁ ସହରକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇଛି | ଆଜି ଡାବୁଗାଁ ବ୍ଲକ ଅଞ୍ଚଳରେ ୮ଟି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେଥିରୁ ଘୋଡାଖୁଣ୍ଟା ପଞ୍ଚାୟତର ମୁଣ୍ଡିଗୁଡା ଗ୍ରାମରୁ ୨ ଜଣ, ଡାବୁଗାଁ ପଞ୍ଚାୟତର ଡାବୁଗାଁ ଗ୍ରାମରୁ ୪ ଜଣ, ବଡଓଲମା ପଞ୍ଚାୟତର ବଡଓଲମା ଗ୍ରାମର ୧ ଜଣ ଓ ଭାଲୁଗୁଡା ଗ୍ରାମରୁ ୧ ଜଣ କରୋନା ପାଜିଟିଭ ଚିହ୍ନଟ ହୋଇଛନ୍ତି | ଏଣୁ ପ୍ରତ୍ୟକ ଜନସାଧାରଣ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବା ସହ ସାବୁନରେ ବାରମ୍ବାର ହାତ ଧୋଇବା ପାଇଁ ଡାବୁଗାଁ ସାମ୍ବାଦିକ ସଂଘ ତରଫରୁ ଡାବୁଗାଁ ବାସୀଙ୍କୁ ଅନୁରୋଧ କରାଯାଇଛି |

Comments (0)
Add Comment