ନବରଙ୍ଗପୁର :-ଗିରଲା ଗ୍ରାମରେ କ୍ରିକେଟ ଟର୍ଣ୍ଣାମେଣ୍ଟ ଉଦଯାପିତ ଉତ୍ସବ ଅନୁଷ୍ଠିତ ହେଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ, ସମ୍ମାନିତ ଅତିଥିଭାବେ ଡାବୁଗାଁ ବ୍ଲକ ଅଧକ୍ଷା ବିନା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ର ଯୋଗଦେଇଥିଲେ। ଅନ୍ୟ ମାନଙ୍କମଧ୍ୟରେ ଜୁନାପାଣି ସରପଞ୍ଚ ଦୟା ଭତ୍ରା, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ, ବରିଷ୍ଟ ବିଜେଡି ନେତା ଅପା ରାଓ ଏବଂ ଅନେକେ ବିଜେଡି କର୍ମି ଏବଂ ସ୍ଥାନୀୟ ଖେଳ ପ୍ରେମୀ ମାନେ ଉପସ୍ଥିତି ଥିଲେ। ଆଜି ଉଦାଯାପିତ ଉତ୍ସାବରେ ବିଜୟୀ ହୋଇ ଥିଲେ ଝରିଗୁଡା ଦଳ ଏବଂ ରନର ହୋଇ ଥିଲେ ବିଜାପୁର ଡଙ୍ଗାରୀଗୁଡ ଦଳ।ବିଧାୟକ ଉଭୟ ଦଳକୁ ମାନପତ୍ର ଏବଂ ଟ୍ରାଫି ପ୍ରଦାନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଅନୁଷ୍ଠିତ ହେଲା ।
ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର