ଡାବୁଗାଁ ବ୍ଲକରେ କରୋନା ନେଲା ପ୍ରଥମ ମୁଣ୍ଡ

ନବରଙ୍ଗପୁର ଜିଲ୍ଲା:- (୨/୫ ) ଡାବୁଗାଁ ବ୍ଲକରେ କରୋନା ନେଲା ପ୍ରଥମ ମୁଣ୍ଡ । ଡାବୁଗାଁ ବ୍ଲକରେ ପ୍ରଥମ ଥର କରୋନାରେ ରବିବାର ଜଣଙ୍କର ମୃତ୍ୟୁ ଘଟିଛି ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକର ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ଜୟନ୍ତୀନଗର ଗ୍ରାମର ଦଣ୍ଡପାଣି ପାତ୍ର (୬୭) କରୋନାରେ ଆକ୍ରାନ୍ତ ହୋଇ ଗତ ୭ ଦିନ ତଳେ ନବରଙ୍ଗପୁର ଜିଲା ମୁଖ୍ୟାଳୟର କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ଭୋର ୩ ଘଣ୍ଟ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା | ଉକ୍ତ ଖବର ଜଣାପଡିବା ପରେ ଡାବୁଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଏକ ପ୍ରକାର କୋକୁଆ ଭୟ ଖେଳି ଯାଇଛି | ସେ ଜଣେ ଅବସରପ୍ରାପ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଥିବା ବେଳେ ଜଣେ ସୁପରିଚିତ ବ୍ୟକ୍ତି ଥିଲେ | ଏଥିନେଇ ଡାବୁଗାଁ ବ୍ଲକ ସଦର ମହକୁମା ର ସମସ୍ତ ଗ୍ରାମବାସୀ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ଏବେ ମଧ୍ୟ ସମୟ ଅଛି ସମସ୍ତେ ସରକାରୀ ନିୟମ ମାନି ସାମାଜିକ ଦୂରତା ବଜାଇ ରଖି, ମାସ୍କ ପିନ୍ଧିବା ଏବଂ ଅତି ଆବଶ୍ୟକ ନ ପଡିଲେ ଘରରୁ ନ ବାହାରିବା ପାଇଁ ସମ୍ପୂର୍ଣ ଚେଷ୍ଟା କରିବା ।ବର୍ତ୍ତମାନ ଆଉ କାହାକୁ ବୁଝିବାର ସମୟ ନାହିଁ ନିଜେ ନିଜର ସୁରକ୍ଷା ପ୍ରତି ଧ୍ୟାନ ଦେବାର ସମୟ ଆସି ଗଲାଣି ।ନଚେତ ଆଗାମୀ ଦିନରେ ସ୍ଥିତି ଆହୁରି ଭୟାବହ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Comments (0)
Add Comment