ହଜିଗଲା ମଣିଷ ଭିତରେ ମାନବିକତା ଓ ନିଜ ଲୋକ ହିଁ ଭୁଲିଗଲେ ମଣିଷ ପଣିଆ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉମରକୋଟ ଅଞ୍ଚଳରେ। ଜଣେ ମହିଳା ସ୍ବଧର୍ମକୁ ତ୍ୟାଗ କରି ଖ୍ରୀଷ୍ଟିଆନ ହୋଇଥିଲା । ତାଙ୍କ ମୃତ୍ୟୁ ହେବା ପରେ, ସହରରେ ତିନି ରୁ ଉର୍ଦ୍ଧ୍ବ ସେମାନଙ୍କ ଶ୍ମଶାନ ଥିବା ସତ୍ତ୍ବେ ଚର୍ଚ୍ଚ ରେ ପଞ୍ଜିକରଣ ହୋଇ ନ ଥିବା ଦର୍ଶାଇ କବର ଦେବା ପାଇଁ ପ୍ରଥମେ ବାରଣ କରା ଯାଇଥିଲା। ମୃତକଙ୍କୁ ହିନ୍ଦୁ ମାନେ ବ୍ୟବହାର କରୁଥିବା ଏକ ଶବଦାହ ସ୍ଥାନ ରେ କବର ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ହିନ୍ଦୁ ମାନେ ବିରୋଧ କରିଛନ୍ତି। ସେମାନଙ୍କ କହିବା ପ୍ରକାରେ ଖ୍ରୀଷ୍ଟିଆନ ମାନଙ୍କ ତିନୋଟି କରବସ୍ଥାନ ରହିଛି, ସେମାନେ ଆମ ଶବଦାହ ସ୍ଥାନ ରେ କବର ଦେବା ଉଚିତ ନୁହେଁ । ଧର୍ମାନ୍ତରୀକରଣ ପରେ , ସେମାନଙ୍କ ସଂପ୍ରଦାୟର ଲୋକଙ୍କ ବାରଣ ପରେ ପୁନଃ ଆମ ଶବଦାହ ସ୍ଥାନ କୁ ବ୍ୟବହାର କରିବାକୁ ଅପଚେଷ୍ଟା କରିବା ଠିକ୍ କି ବୋଲି ହିନ୍ଦୁ ମାନେ ପ୍ରଶ୍ନ କରିଛନ୍ତି। ନିଜ ଧର୍ମ ର ଶ୍ମଶାନ ରେ ସ୍ଥାନ ମିଳି ନ ଥିବା ପ୍ରସଙ୍ଗ ରେ ହିନ୍ଦୁ ମହାସଂଘ ନବରଙ୍ଗପୁର ସଂଯୋଜକ ପେଣ୍ଡରା ପ୍ରସାଦ ନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି, କିନ୍ତୁ ଯେକୌଣସି ପରିସ୍ଥିତିରେ ମଧ୍ୟ ହିନ୍ଦୁ ଶବଦାହ ସ୍ଥାନର ବିଶେଷତ୍ବ ଏବଂ ପବିତ୍ରତା କୁ କ୍ଷୁର୍ଣ୍ଣ କରିବାକୁ ଦିଆ ଯିବ ନାହିଁ ବୋଲି କହିଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ସେ ଅବୈଧ ଧର୍ମାନ୍ତରୀକରଣ କରୁଥିବା ଲୋକ ମାନଙ୍କୁ ଦାୟୀ କରିଛନ୍ତି।ଯେହେତୁ ମହିଳା ଜଣକ ନିଜ ସ୍ବଧର୍ମକୁ ତ୍ୟାଗ କରି ଦେଇଥିଲେ, ସେ ଗ୍ରହଣ କରିଥିବା ଧର୍ମ ଅନୁସାରେ ନ୍ୟାୟ ସଙ୍ଗତ ତାଙ୍କ ଶବ ସତ୍କାର କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ନିଜ ଧର୍ମର କବ୍ର ସ୍ଥାନ ରେ ଶବ କୁ ପତିବାକୁ ନ ଦେବା କାର୍ଯ୍ୟ କୁ ଲୋକେ ନା ପସନ୍ଦ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ, ଲୋକଙ୍କ ମଧ୍ୟରେ ଆପସ ବୁଝାମଣା ପରେ ଝରିଗାଁ ରାସ୍ତା ପାର୍ଶ୍ବରେ ଥିବା ଏକ ସର୍ବସାଧାରଣ ବ୍ୟବହୃତ ସ୍ଥାନ ରେ ଶବକୁ କବର ଦିଆଯାଇଥିଲା ।