ଡାବୁଗାଁ , ନବରଙ୍ଗପୁର ଜିଲା ଡାବୁଗାଁ ତହସିଲ ଅଫିସ କାର୍ଯ୍ୟାଳୟ ରେ କାର୍ଯ୍ୟ ରତ ନାଜିର ପୋଷ୍ଟ ଦାଇତ୍ୱ ରେ ଥିବା ଚନ୍ଦନା ମଣ୍ଡଳ ତହସିଲ ଅଫିସ କୁ ଆସିଥିବା ଲକ୍ଷାଧିକ ସରକାରୀ ଅର୍ଥ ଉଠାଇ ନିଜସ୍ୱ ଖର୍ଚ୍ଚ କରିଥିବା ଅଭିଯୋଗ ଆଣିଲେ ତହସିଲଦାର । ସୂଚନା ଯୋଗ୍ୟ :- ନାଜିର ପୋଷ୍ଟ ରେ କାର୍ଯ୍ୟରତ ଥିବା ଚନ୍ଦନା ମଣ୍ଡଳ ତହସିଲ ଅଫିସ କୁ ଆସିଥିବା ସରକାରୀ ଅର୍ଥ ରୁ ପ୍ରାୟ ୬୩ ଲକ୍ଷ ଟଙ୍କା ନିଜସ୍ୱ ଖର୍ଚ୍ଚ ନିମନ୍ତେ ଷ୍ଟେଟ ବ୍ୟାଙ୍କ ରୁ ଉଠାଇ ଖର୍ଚ୍ଚ କରିଥିଲେ । ହେଲେ ସେ ଡାବୁଗାଁ ତହସିଲ ଅଫୁସ କୁ ପ୍ରାୟ ୨ ବର୍ଷ ତଳେ ନାଜିର ପୋଷ୍ଟ ନିମନ୍ତେ ଦାଇତ୍ୱ ଗ୍ରହଣ କରିଥିଲେ । ଦାଇତ୍ୱ ଗ୍ରହଣ ପରେ ସେ ଏହି ବର୍ଷେ ମଧ୍ୟରେ ତହସିଲ କୁ ଆସିଥିବା ସରକରୁ ଅର୍ଥ କୁ ହଡପ କରି ପ୍ରାୟ ୬0 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଷ୍ଟେଟ ବ୍ୟାଙ୍କ ଡାବୁଗାଁ ରୁ ନିଜସ୍ୱ ଖର୍ଚ୍ଚ ପାଇଁ ଉଠାଇ ଥିଲେ । ହେଲା ଏବେ ପ୍ରଶ୍ନ ସୃଷ୍ଟି ହେଉଛି କି ଫେବୃଆରୀ ରୁ ମର୍ତ୍ୟୁବରଣ କରିଥିବା ଡାବୁଗାଁ ସାଖାପରିଚାଳକ ସ୍ବର୍ଗତ ରାକେଶ ହେମରମ ଙ୍କ ସିଲ ମରିବାର ମାସେ ପରେ ବାଜିଲା କିପରି । ଏହି ଘଟଣା ଟି ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ ଙ୍କ ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି । ଏପରି ଫର୍ଜରି ସିଲ ମାରି ଅନେକ ସରକାରୀ ଅର୍ଥ ଆତ୍ମ ସାତ କରିଥିବା ଏହି ଘଟଣା ପରେ ଧୀରେ ଧୀରେ ସାମ୍ନାକୁ ଆସୁଥିବା ତହସିଲଦାର ସୂଚନା ଦେଇଛନ୍ତି । ଏହି ଘଟଣାକୁ ଭିତି କରି ଡାବୁଗାଁ ତହସିଲଦାର ଡାବୁଗାଁ ଥାନା ରେ ଏତଲା ଦେଇଥିଲେ । ଉକ୍ତ ଏତଲା କୁ ଭିତ୍ତିକରି ଥାନା କେସ ନଂ ୯୪/୨୧ ରେ ଏକ ମାମଲା ରୁଜୁକରି ମାମଲାର ତଦନ୍ତ ଜାରିରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ହେଲେ ଏବେ ଖାଲି ସରକାରୀ ଟଙ୍କା ୬୩ ଲକ୍ଷ ନା ତାହା ଠାରୁ ଅଧିକା । ଏପଟେ ସରକାର ସରକାରୀ ଟଙ୍କା ଠିକ ଭାବେ କାର୍ଯ୍ୟରେ ଲାଗୁଥିବା କହୁଥିବା ବେଳେ ଏପରି ଘଟଣା ରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବା ବାକି ରହିଲା ।