ଡାବୁଗାଁରେ ପାଳିତ ହେଲା ବାବା ଭୈରବଙ୍କ ବଡଯାତ୍ରା

ନବରଙ୍ଗପୁର :-ଡାବୁଗାଁ ମଣ୍ଡେଇ ର ଗୋଟିଏ ଦିନ ପୂର୍ବରୁ ପାଳିତ ହେଲା ବାବା ଭୈରବ ଙ୍କ ବଡଯାତ୍ରା । ମଣ୍ଡେଇ ପୂର୍ବଦିନ ଏହି ପର୍ବ ବାବାଙ୍କ ଉଦେଶ୍ୟ ରେ ପାଳନ କରାଯାଏ। କିମ୍ବଦନ୍ତୀ ଅନୁସାରେ ଭୈରବ ଗଢ ର ବିଧ୍ବଂସ ପରେ ରାୟ ରତନପୁର ରାଜ ପରିବାରର ସଦସ୍ୟ ମାନେ ଉମୁରାହାଣ୍ଡି ଗ୍ରାମରେ ଆତ୍ମଗୋପନ କରିଥିଲେ।  ଭୈରବ ଗଢ କୁ ପରବର୍ତ୍ତୀ ପର୍ଯ୍ୟାୟରେ ପୋଡାଗଢ କୁହାଗଲା। ପୋଡାଗଢ ରୁ ବାବା ଭୈରବ ନିଜ ପରିବାର ର ବ୍ୟକ୍ତି ମାନଙ୍କୁ ଖୋଜି ଖୋଜି ଡାବୁଗାଁ ଆସିଥିଲେ, କାରଣ ଭୈରବ ବାବା ରାଜ ପରିବାରର ଇଷ୍ଟଦେବତା ଥିଲେ।

ଉମୁରାହାଣ୍ଡିରୁ ଅନେକ ଦିନ ପରେ ରାଜ ପରିବାରର ଡାବୁଗାଁ ଆସି ବସବାସ କରିବାରେ ଲାଗିଲେ ଏବଂ ଏକ ନୂତନ ଗ୍ରାମ ପ୍ରତିଷ୍ଠା କଲେ। ମାଁ ଦାବାଦେଈ ଙ୍କ ନାମାନୁସାରେ ଗାଁ ର ନାଁ ଡାବୁଗାଁ ରଖାଗଲା। ଏଥି ପୂର୍ବରୁ  ଜନ ବସତି କୁ ରାୟଗୁଡା କୁହାଯାଉଥିଲା  । ବାବା ଭୈରବ ଙ୍କ ଉଦେଶ୍ୟ ରେ ମଣ୍ଡେଇ ର ଗୋଟିଏ ଦିନ  ପୂର୍ବରୁ ଏହି ପର୍ବ ପାଳନ କରାଯାଏ। ରାଜନୈତିକ ସତ୍ତାରୁ ଉର୍ଦ୍ଧ୍ବ ରେ  ଜାତି ସମ୍ପ୍ରଦାୟ ପନ୍ଥ ନିର୍ବିଶେଷରେ  ଗ୍ରାମର ପାରମ୍ପରିକ ମୁଖ୍ୟ, ପୂଜାରୀ, ଶିରା ଏବଂ ସମସ୍ତ ଗ୍ରାମବାସୀ ଏହି ପର୍ବ ରେ ସାମିଲ ହୁଅନ୍ତି।

Comments (0)
Add Comment