ବ୍ରାହ୍ମଣ ସମାଜ ବିରୁଦ୍ଧରେ ସୋସିଆଲ ମିଡିଆରେ ଆକ୍ଷେପ କରିଥିବା ଯୁବକ ବିରୁଦ୍ଧରେ ଡାବୁଗାଁ ଥାନାରେ ଏତଲା

ନବରଙ୍ଗପୁର(କୋଶଲ ନ୍ୟୁଜ୍):-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ରାହ୍ମଣ ସମାଜ ତରଫରୁ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୁବକ ବିରୁଦ୍ଧରେ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଯୁବକ ଜଣକ ତେନ୍ତୁଳିଖୁଣ୍ଟି ଥାନା କାମତା ଗ୍ରାମର ସିମିଅନ ବେପାରି (୪୦) ବୋଲି ଜଣା ପଡିଛି।ଅଭିଯୋଗ ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାଇ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ କାମତା ଗ୍ରାମ ର ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୁବକ ସିମିଅନ ବେପାରି (୪୦) “ନବରଙ୍ଗପୁର ଖବର ” ହ୍ୱାଟସ ଆପ ଗ୍ରୁପ ରେ ବ୍ରାହ୍ମଣ ଜାତି ଓ ସମାଜ ବିରୁଦ୍ଧରେ କଟାକ୍ଷ କରିବା ସହ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁ ଥୀରେ ବ୍ରାହ୍ମଣ ମାନେ ଆତଙ୍କବାଦୀ,ନକ୍ସଲ ବାଦି, ହିଂସା ବାଦି କହିବା ସହ ବ୍ରାହ୍ମଣ ମାନେ ମୂଳ ନିବାସୀ ଙ୍କ ଶତ୍ରୁ ଓ ବ୍ରାହ୍ମଣ ବାଦ ବିରୁଦ୍ଧରେ ସମସ୍ତେ ଲଢେଇ କରିବା ଆବଶ୍ୟକ ବୋଲି ପୋଷ୍ଟ କରିଥିଲେ। ହିନ୍ଦୁ ଧର୍ମ ଓ ଦେବାଦେବୀ ଙ୍କୁ ମଧ୍ୟ ସଂପୃକ୍ତ ଯୁବକ କଟାକ୍ଷ କରିଥିବା ଏତଲା ରେ ଦର୍ଶା ଯାଇଛି। ତେବେ ଶାନ୍ତି ପ୍ରିୟ ନବରଙ୍ଗପୁର ଜିଲ୍ଲାରେ ଜଣେ ଯୁବକ ଙ୍କ ସୋସିଆଲ ମିଡିଆ ରେ ଏଭଳି ବାର୍ତ୍ତା ପ୍ରଦାନ ପରେ ଆଜି ଡାବୁଗାଁ ବ୍ଲକ ବ୍ରାହ୍ମଣ ସମାଜ ତରଫରୁ ସଂପୃକ୍ତ ଯୁବକ ବିରୁଦ୍ଧରେ ଏତଲା ଦିଆ ଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରାଯାଇଛି। ଡାବୁଗାଁ ଥାନାରେ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କୁ ଦାବିପତ୍ର ଦେବା ସମୟରେ ବ୍ଲକ ବ୍ରାହ୍ମଣ ସମାଜ ସଭାପତି ଶିବ ପ୍ରସାଦ ମିଶ୍ର,ପୂର୍ବତନ ସଭାପତି ଧୀରେନ୍ଦ୍ର ତ୍ରିପାଠୀ,ସୁରେନ୍ଦ୍ର ମିଶ୍ର, ଶିଶିର ପାତ୍ର, ରାଜେନ୍ଦ୍ର ମିଶ୍ର, ଗଗନ ଗନ୍ତାୟତ,ଶୁବମ ମିଶ୍ର, ରଞ୍ଜିତ ପାତ୍ର,ଅମୂଲ୍ୟ ପଣ୍ଡା, ସତ୍ୟ ପ୍ରସାଦ ଦାସ, ମୁରଲି ଗନ୍ତାୟତ, ସହ ଅନ୍ୟମାନେ ଉପସ୍ଥିତ ଥିଲେ।
ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments (0)
Add Comment