ଅଭୁଲା ସ୍ମୃତି ୧୯୯୫ ବ୍ୟଚ ର ବନ୍ଧୁ ମିଳନ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରକାରୀ ପଞ୍ଚାୟତ ହାଇସ୍କୁଲ ୧୯୯୫ ମେଟ୍ରିକ୍ ବ୍ୟଚ୍ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।୧୯୯୫ ମେଟ୍ରିକ୍ ବ୍ୟଚ୍ ର ୬୦ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪୦ ଜଣ ଛାତ୍ରଛାତ୍ରୀ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଶିକ୍ଷକ ଓ ଗୁରୁ ମାଁ ମାନଙ୍କୁ ନିମନ୍ତ୍ରଣ କରିଥିଲେ।

ଏହି ବନ୍ଧୁ ମିଳନ ଉତ୍ସବର ୨୫ ବର୍ଷ ସିଲଭର୍ ଜୁବଲି ରେ ପୁରୁଣା ସାଙ୍ଗ ସାଥିଙ୍କ ଓ ଶିକ୍ଷକ ଙ୍କ ସହ ମିଳନ ବେଶ୍ ନିଆରା ଥିଲା।ଆଜିର ଏହି ମିଳନ ଉତ୍ସବ ରେ ଉପସ୍ଥିତ ଥିଲେ ଟି. ଜଗନୁ,ଲୁନା ଶ୍ରୀ ନାୟକ, ରଞ୍ଜିତା ନାୟକ, ପ୍ରତାପ ନାୟକ, ଏସ. ଶ୍ରୀଦେବୀ, ଏମ.ଅନିତା, ମନଜ ଅଗ୍ରୱାଲ, ମୁସ୍ତାଫା ଲଟିଆ, ମୃତୁଞ୍ଜୟ ବୈଠାରୁ, ସତ୍ୟ ମହାନ୍ତି, ମନଜ ଭତ୍ରା, ଗୋପାଳ ନାୟକ ଏବଂ ତତ୍କାଳୀନ ଶିକ୍ଷକ ମାନେ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଅଜୟ ବଲବ ପଣ୍ଡା, ସୁଦର୍ଶନ ନାୟକ, ସରଜ ତ୍ରିପାଠୀ ସାର, ଦାସ ସାର, ମୋଟ ୪୦ ଜଣ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପରିବବର୍ଗ ଉପସିତ ଥିଲେ ।ଆଜିର ଏହି ଦିନଟା ସତରେ ଏକ ଅଭୁଲା ସ୍ମୃତି ହଇ ରହିଯିବ ଖାସ କରି ୧୯୯୫ ମେଟ୍ରିକ ବ୍ୟଚ ପାଇଁ ।
Comments (0)
Add Comment