ମାନସିକ ଭାରସାମ୍ୟ ମହିଳା ଏବଂ ତାଙ୍କ ଏକ ବର୍ଷ ର ଶିଶୁ କନ୍ୟାକୁ ସାହାଯ୍ୟ କଲେ ସାମ୍ବାଦିକା

କୋଶଲ ନ୍ୟୁଜ୍ ବ୍ୟୁରୋ : ନବରଙ୍ଗପୁର :- ମାନସିକ ଭାରସାମ୍ୟ ମହିଳା ଏବଂ ତାଙ୍କ ଏକ ବର୍ଷ ର ଶିଶୁ କନ୍ୟା କୁ ଉଦ୍ଧାର କଲେ ରାଇଘରର ସାମ୍ବାଦିକା ମାମନି   ଚକ୍ରବର୍ତ୍ତୀ, ସୂଚନା ଅନୁଯାଇ ରବିବାର ଦିନ ପ୍ରାୟ ସନ୍ଧ୍ୟା ସମୟ ରେ ଜଣେ ମାନସିକ ଗ୍ରସ୍ତ ମହିଳା ତାଙ୍କ ଏକ ବର୍ଷ ର ଶିଶୁ କନ୍ୟା କୁ ଧରି ରାଇଘର ବଜାରେ ଏଣେ ତେଣେ ବୁଲୁଥିଲା ଏବଂ ରାଇଘର D. N. K ରେ ଜଣକ ଦୋକାନ ପିଣ୍ଡା ରେ ବସି ଗୀତ ଗାଉଥିଲା ଏବଂ ପାଖରେ ଥିବା ନିଜ ଝିଅ ଏକ ବର୍ଷ ର ଝିଅ ଥଣ୍ଡା ଥରୁ ଥିବାର   ଦେଖିବାକୁ ମିଳିଥିଲା, d.n.k ସାହି ର ମହିଳା ମାନେ ସେଇ ଶିଶୁ କନ୍ୟା କୁ କିଛି ପିନ୍ଧିବାକୁ ଦେଇଥିଲେ ଏବଂ ଖାଇବାକୁ ମଧ୍ୟ ଦେଇଥିଲେ, ଏହି ଖବର ପ୍ରଥମେ ରାଇଘର D. N. K ର ରିଙ୍କୁ ମିଶ୍ର ଦେଖି ସାମ୍ବାଦିକା ଙ୍କୁ ଜଣେଇ ଥିଲେ ସାଙ୍ଗେ ସାଙ୍ଗେ ସେଇ ସାମ୍ବାଦିକା ଏବଂ ବିଜେପି ର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା ପହଞ୍ଚି ସେଇ ମହିଳାଙ୍କୁ ରାଇଘର ମେଡିକାଲ ରେ ଛାଡିଥିଲେ, ଏବଂ ରାଇଘର ଥାନାରେ ଫୋନ କରି ଜଣେଇ ଥିଲେ ।ରାଇଘର ଥାନା ଆଆଇସି ଅଭୟ କୁମାର ବେହେରା ସେଇ ମହିଳାଙ୍କୁ ସପୂର୍ଣ ସାହାଯ୍ୟ କରାଯିବ ବୋଲି କହିଥିଲେ । ସାମ୍ବାଦିକାଙ୍କ ମାନବିକତା ଦେଖି ସମସ୍ତେ ଖୁସି ହେଇଥିଲେ ।

20.710709783.5000182
Comments (0)
Add Comment