ଆୟପ୍ପା ଭକ୍ତଙ୍କ ଇରୁମୁଡି ପୂଜା

    

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ, ୧୨/୧୨ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୟନ୍ତୀନଗର ସ୍ଥିତ ରାଧାକୃଷ୍ଣ ମନ୍ଦିରଠାରେ ଆୟାପା ଭକ୍ତଙ୍କ ଇରୁମୁଡି ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ପୂଜାରେ ଜୟପୁର ର ରାବଣା ଗୁରୁସ୍ଵାମୀ ଆଇ॰ ରାବଣା  ସ୍ଵାମୀ ଯୋଗଦେଇ ପୂଜାର୍ଚ୍ଚନା କରି ବ୍ରତଧାରୀଙ୍କ ମୁଣ୍ଡରେ ଇରୁମୁଡି ଧାରଣ କରାଇଥିଲେ | ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ଭକ୍ତ ମାନେ କେରଳର ସାବରିମାଲା ଅୟାପ୍ପା ସ୍ଵାମୀ ଙ୍କ ମନ୍ଦିରରେ ନଯାଇ ଆନ୍ଧ୍ର ପ୍ରଦେଶ ରାଜ୍ୟର ଦ୍ଵାରପଡି ସ୍ଥିତ ଅୟାପ୍ପା ସ୍ଵାମୀ ମନ୍ଦିରରେ ପହଞ୍ଚି ଅୟାପ୍ପା ସ୍ଵାମୀଙ୍କୁ ଦର୍ଶନ କରିବେ | ଏଥିରେ ଡାବୁଗାଁ ଗୁରୁସ୍ଵାମୀ ପ୍ରକାଶ ଚନ୍ଦ୍ର ପଣ୍ଡା, ସ୍ଵାମୀ ଚିତ୍ତରଞ୍ଜନ ପାତ୍ର, ବାଦଲ ଜେନା, କାହ୍ନୁ ଚରଣ ପଣ୍ଡା ପ୍ରମୁଖ  ବ୍ରତଧାରୀ ସ୍ଵାମୀ ଇରୁମୁଡି ଧାରଣ କରିଥିଲେ | ଆଜି ମଧ୍ୟାନ୍ନରେ ସମସ୍ତ ସ୍ଵାମୀ ମାନେ ଆନ୍ଧ୍ର ପ୍ରଦେଶ ରାଜ୍ୟ ସ୍ଥିତ ଦ୍ଵାରପଡି ଅଭିମୁଖେ ଏକ ଗାଡି ଯୋଗେ ଯାତ୍ରା କରିଛନ୍ତି |

Comments (0)
Add Comment