ମନରେଗା ଯୋଜନା ବାଟବଣା ବିନା କାମରେ ତିନି ଲକ୍ଷ ଟଙ୍କା ଚଳୁ

ଦେବଗଡ଼(କୋଶଲ ନ୍ୟୁଜ୍):- ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବାରକୋଟ ବ୍ଲକର କାଦପଡ଼ା ପଞ୍ଚାୟତରେ ମହାଦୁର୍ନୀତି ସାମ୍ନାକୁ ଆସିଛି। ଏହି ପଞ୍ଚାୟତର ତାରିଣୀ ଢ଼ାବା ଯାଇ ଥିବା ରାସ୍ତା ଏକ ରାସ୍ତା ହରିଡ଼ା ସାହି ପର୍ଯ୍ୟନ୍ତ ପାଇଁ ଆସିଛି ୫ ଲକ୍ଷ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ।
ସେଥି ମଧ୍ୟରୁ ୫୩୪୦ ଅଣ କୁଶଳୀ ଶ୍ରମଦିବସ ପାଇଁ ବ୍ୟୟ ହୋଇଛି ବୋଲି ଫଳକରେ ସୂଚନା ଥିବା ବେଳେ କୁଶଳୀ ମାନଙ୍କ ୩୩୬୦୦୦ ଲକ୍ଷ ତିନି ଲକ୍ଷ ଛାତିଶି ହଜାର ଟଙ୍କା ବ୍ୟୟ ବୋଲି ଉଲ୍ଲେଖ କରାଯାଇଛି ଟଙ୍କା ଉଠାଣ ପରେ ଫଳକ ଭାଙ୍ଗି ଦିଆ ଯାଇଛି। କିନ୍ତୁ ଯେଉଁ ସ୍ଥାନକୁ ରାସ୍ତା କରାଯାଇଛି ବୋଲି ଲେଖା ଯାଇଛି ତାହା ପୁର୍ବରୁ ରାସ୍ତା ଥିଲା ।

କେବଳ ଜେସିବି ମେସିନ ଘଣ୍ଟାଏ ଏଠାରେ ଲଗାଯାଇ ଯେଉଁ ମୁରୁମ ଦଶ ଟ୍ରିପ ପଡିଥିଲା ତାହାକୁ ଠେଲି ଦେଇ କିଛି ବାଟ ଘୁଞ୍ଚାଇ କାମ ସମ୍ପନ୍ନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଏନେଇ ପଚାରିବାରୁ ସେ କହିଥିଲେ ଏହାର ତଦନ୍ତ କରିବି ବୋଲି। ତେବେ ଏଠାରେ ପ୍ରଶ୍ନ ଉଠୁଛି କିଛି କାମ ନହୋଇ ୩୩୪୧୪୪ ତିନି ଲକ୍ଷ ଚଉତିରିଶ ହଜାର ଏକ ଶହ ଚୁରାଲିଶ ଟଙ୍କା ଚଳୁକରି ଦେଲେ ! ପୁଣି ସେଇ ରାସ୍ତା ଅଲଗା ନାମ ଦେଇ ୨୫-୨୬ ବର୍ଷ ପାଇଁ ଫାଇଲ ତିଆରି ସରିଛି ନାମ ଟିକେ ଚେଞ୍ଜ NH ୪୯ ରୁ ସିଙ୍ଗୁରି କରିବା ପାଇଁ ଯୋଜନା ଚାଲିଥିବାରୁ ସାଧାରଣାରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କିମାରୁଛି। କାରଣ କିଛି କାମ କରାନଯାଇ ସରକାରଙ୍କ ଟଙ୍କା କୁ ହଡ଼ପ କରାଯିବା ପାଇଁ ମସୁଧା ଚାଲିଛି।
ଏପରିକି ଯେଉଁ ଶ୍ରମିକ ମାନେ ଏଠାରେ କାମ କରିଛନ୍ତି ବୋଲି ଦର୍ଶାଇ ଯାଇଛି ସେମାନେ କେହି କାମ କରିନାହାଁନ୍ତି, ବ୍ଲକ୍ ପକ୍ଷରୁ ଯେଉଁ ମାନଙ୍କ ନାମ ଜବ କାର୍ଡଧାରୀ ଙ୍କୁ ନେଇ କାର୍ଯ୍ୟ ଦିବସ ସୃଷ୍ଟି ହୋଇଛି ବୋଲି ସରକାରୀ ଭାବେ ଦର୍ଶାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏପରିକି କିଛି ବ୍ୟକ୍ତି ଯେଉଁ ମାନେ କି ଶ୍ରମିକ ନୁହଁନ୍ତି, କେବେ କେଉଁଠି କାର୍ଯ୍ୟ କରିନାହାନ୍ତି କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ସେମାନଙ୍କ ନାମରେ ଜବ କାର୍ଡ କରାଇ ଏମିତି କି ନିଜ ଲୋକ ମାନଙ୍କ ନାଆଁରେ କାର୍ଡ କରି ତାଙ୍କ ଆକାଉଣ୍ଟ କୁ ପଠାଇ ଅର୍ଥ ସବୁକୁ ଚଳୁ କରିବା ପାଇଁ ବସିଛନ୍ତି।
ଖାଲି ସେତିକି ନୁହେଁ କିଛି ଜବ କାର୍ଡଧାରୀଙ୍କୁ ଯୋଗାଡ଼ କରାଯାଇଛି ଯେଉଁ ମାନେ କି କାମ କରି ନଥିବା କାରଣରୁ ଟଙ୍କା ବ୍ଯାଙ୍କରୁ ଉଠାଇବା ପରେ କିଛି ରଖି ବଳକା ତକ ଫେରସ୍ତ କରିବେ ବୋଲି। ତେଣୁ ବ୍ଲକ ପ୍ରଶାସନ ସହିତ ଜିଲାପାଳ ଓ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେବା ସହିତ ଦୋଶୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Comments (0)
Add Comment