ଅନୁଗୋଳ (କୋଶଲ ନ୍ୟୁଜ୍):- ବିଶ୍ଵ ଯୁବ କେନ୍ଦ୍ର,ବଣିନାଳୀ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଧର୍ମପୀଠ ଯେପରି ଜଗନ୍ନାଥ ମନ୍ଦିର, ଇସ୍କନ ମନ୍ଦିର,ବେଣାଗାଡିଆ, ମା ଦୂର୍ଗା ମନ୍ଦିର,ତାଳଚେର, ମଝିକା ଶିଵ ମନ୍ଦିର, ଜାମା ମସଜିଦ ଅନୁଗୋଳ,ମା ରାମଚଣ୍ଡୀ ମନ୍ଦିର କୋଶଳା, ସ୍ଵପନେଶ୍ଵର ଶିବ ମନ୍ଦିର,ହଣ୍ଡପା କପିଳେଶ୍ଵର ଶିବ ମନ୍ଦିର,ଇଚ୍ଛାପୂର, ଗୁରୁଦ୍ୱାରା,ବଲଣ୍ଡା , ଚନ୍ଦ୍ରଶେଖର ମନ୍ଦିର, କଣ୍ଟେଇକୋଳିଆ ଠାରେ ପୂଜକ/ଧର୍ମଗୁରୁମାନେ ବାଲ୍ୟ ବିବାହ ଭଳି କୁପ୍ରଥା କିପରି ଆମ ସମାଜ ରୁ ବିଲୁପ୍ତ ହୋଇପାରିବ ସେଥିପାଇଁ ଏକ ବାର୍ତ୍ତା ଦେଇ ଦର୍ଶାଇଛନ୍ତି ଯେ “ଆମର ଶାସ୍ତ୍ରଗୁଡ଼ିକରେ ଘରର ଲକ୍ଷ୍ମୀ, ସମୃଦ୍ଧି ଏବଂ ଆଶୀର୍ବାଦର ପ୍ରତୀକ ଭାବରେ ଝିଅମାନଙ୍କର ଭୂମିକାକୁ ସମ୍ମାନ କରାଯାଏ। ସେମାନଙ୍କୁ ବାଲ୍ୟବିବାହ ପାଇଁ ବାଧ୍ୟ କରିବା ଏହି ପବିତ୍ର ବିଶ୍ୱାସକୁ ଅପମାନିତ କରେ।
ଧର୍ମର ରକ୍ଷକ ଭାବରେ, ଆମକୁ ସେମାନଙ୍କୁ ସୁରକ୍ଷା ଦେବାକୁ ପଡିବ, ସେମାନଙ୍କର ପ୍ରତିଭାକୁ ପୋଷଣ କରିବାକୁ ପଡିବ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କରିବା ପାଇଁ ସୁଯୋଗ ଦେବାକୁ ପଡିବ। ବାଲ୍ୟବିବାହ ବନ୍ଦ କରିବା କେବଳ ଝିଅମାନଙ୍କୁ ସୁରକ୍ଷା ଦେବା ନୁହେଁ, ବରଂ ଭାରତର ଭବିଷ୍ୟତକୁ ମଧ୍ୟ ସୁରକ୍ଷା ଦେବା”।ପୂଜକ /ଧର୍ମଗୁରୁ ମନୋଜ କର,ଜସ୍ବିନ୍ଦର ସିଂ, ବିରଞ୍ଚି ଦାସ,ଦୋଳଗୋବିନ୍ଦ ମହାପାତ୍ର,ମୋହନ କୃଷ୍ଣ ଦାସ, ମୀର ସଲିମ, ପତାୟତ ଦେହୁରି ଆଦି ମାନେ ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମ କୁ ସୋନାଲିସା ଶବର, ଲକ୍ଷ୍ମୀ ବେହେରା, ସୁନିତା ମାଝି, ଦିପି ଦେହୁରି, ପପି ଦେହୁରି ସହଯୋଗ କରିଥିଲେ।