ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜିଲ୍ଲା କଂଗ୍ରେସ କମିଟି

ମାଲକାନଗିରି (କୋଶଲ ନ୍ୟୁଜ୍) ରାଜ୍ୟ ସରକାର ଓ ମାଲକାନଗିରି ଜିଲ୍ଲାବାସୀଙ୍କର ଅବଗତି ନିମନ୍ତେ ଜିଲ୍ଲା କଂଗ୍ରେସ ଦଳ ପଚାରିଛନ୍ତି ୫ ଟି ପ୍ରଶ୍ନ ।ଆଜି ମାଲକାନଗିରି ଜାତୀୟ କଂଗ୍ରେସ ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଏମ.ପି ପ୍ରଦୀପ୍ ମାଝି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଜିଳ୍ଲାପାଳ ଡଃ ୱାଇ.ବିଜୟଙ୍କ ବିରୁଦ୍ଧରେ ପୂନଃର୍ବାର ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳଙ୍କ ୭ ଟି ପଥର ଖଣି ବେଆଇନ୍ ନିଲାମ୍ ଟେଣ୍ଡର ପକ୍ରିୟାରେ ଦୁର୍ନିତି , ସେ ବ୍ୟବହାର କରୁଥିବା ଗାଡି ସମ୍ବନ୍ଧରେ କଂଗ୍ରେସ ଦଳ ଗତ ୨୨.୦୬.୨୧ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ସହ ରାଜ୍ୟ ସରକାର ଏବଂ ସର୍ବ ସାଧାରଣଙ୍କୁ ଏହା ଜଣାଇଥିଲେ । ସେ ବ୍ୟବହାର କରୁଥିବା କାର OD 02 BR 4202 ଗାଡିଟି ମନରୋଗା ଯୋଜନାରେ ଡିଆରଡିଏ ତରଫରୁ ଭଡାରେ ଅଣାଯାଇ ବ୍ୟବହାର ପାଇଁ ଦିଆଯାଇଥିଲା । କିନ୍ତୁ ପୂର୍ବତନ ସାଂସଦ ଶ୍ରୀ ମାଝି ସୂଚନା ଅଧିକାରୀ ଆଇନ୍ ବଳରେ ତଥ୍ୟ ସଂଗ୍ରହ କରି ପ୍ରକାଶ କରିଛନ୍ତି ଯେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଏପରି କୌଣସି ଗାଡି ଡି.ଆର.ଡି.ଏ ତରଫରୁ ମନରେଗା ଯୋଜନାରେ ବ୍ୟବହାର ପାଇଁ ଯୋଗାଇ ନାହାନ୍ତି ।

ଲଘୁ ଖଣିଜ ଟେଣ୍ଡର ପକ୍ରିୟାରେ ଅନିୟମିତତା କରିଥିବା ମୁଖ୍ୟ ଖଳନାୟକ ତତ୍‌କାଳିନ ଜୀଲ୍ଲାପାଳଙ୍କୁ ରାଜ୍ୟ ସରକାର ନିଲମ୍ବିତ ନ କରି ତରବରିଆ ଭାବେ ବଦଳି କରି ଦୁର୍ନିତିକୁ ଘଣ୍ଟ ଘୋଡାଉଛନ୍ତି ବୋଲି ଶ୍ରୀ ମାଝି ପ୍ରଶ୍ନ କରିଛନ୍ତି । ସେହି ଦିନ ପୂର୍ବତନ ଜିଲ୍ଲାପାଳ ଶ୍ରୀ ବିଜୟ ଭର୍ଚୁଆଲ ମାଧ୍ୟମରେ ଏକ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ମାଝି ଆଣିଥିବା ଅଭିଯୋଗ ଗୁଡିକ ସଂପୃର୍ଣ୍ଣ ମିଥ୍ୟା ଓ ଭିର୍ତି ହିନ ବୋଲି ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଯଦି ସବୁ ତଥ୍ୟ ମିଥ୍ୟା ତେବେ ଜିଲ୍ଲପାଳଙ୍କର ବଦଳି କାହିଁକି କରାଗଲା ? ଖଣି ଦୁର୍ନିତିରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହ ଅନାନ୍ୟ ପଦାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ , ଅସାଧୁ ଉପାୟରେ ହୋଇଥିବା ଖଣିଜ ସମ୍ପଦର ଟେଣ୍ଡର ପକ୍ରିୟାକୁ ବାତିଲ୍ , ମାଲକାନଗିରି ତହସିଲ ଅଧିନରେ ଥିବା ୫ ଟି ପଥର ଖାଦନ ଯାହାର ସମୟ ଅବଧି ସମାପ୍ତ ହୋଇ ନଥିଲା ସେ ଗୁଡିକୁ କେବେ ସୁଦ୍ଧା କାର୍ଯ୍ୟକ୍ଷମ କରାଯିବ , ଏମ.ଜି ହେକ୍ଟର ଗାଡି କାହା ସହାୟତାରେ ଜିଲ୍ଲାପାଳଙ୍କ ବାସ ଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା ଉକ୍ତ ଗାଡିକୁ କେବେ ଜବତ କରାଯିବ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭାରତୀୟ ଜାତୀୟ କଂଗ୍ରେସ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁ ନାହିଁ ବୋଲି ଶ୍ରୀ ମାଝି ପ୍ରକାଶ କରିଥିଲେ ।

Comments (0)
Add Comment