ମାଲକାନଗିରି ( କୋଶଲ ନ୍ୟୁଜ୍) ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି 6 ଟି ବ୍ଲକର 13 ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସେହି ବ୍ଲକ ଗୁଡିକ
- କାଲିମେଳା ବ୍ଲକର କୋଇମେତଟଲା ପଞ୍ଚାୟତର MPV-33, ଟିଗଲ ପଞ୍ଚାୟତର MV-68, ମାଲାଭରମ ପଞ୍ଚାୟତର MV-82, ତେଲରାଇ ପଞ୍ଚାୟତର କୁଞ୍ଜଗୁଡା l
- ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତର ନାୟକଗୁଡା ଓ ତମୁଗୁଡା l
- ମାଲକାନଗିରି ବ୍ଲକର ପାଣ୍ଡ୍ରିପାଣି ପଞ୍ଚାୟତର ପାଣ୍ଡ୍ରିପାଣି l
- ମାଲକାନଗିରି ପୌରାଞ୍ଚଳର ୱାର୍ଡ ନମ୍ବର 15 ର ରିକଲ୍ଲାମେଶନ କଲୋନୀ l
- କୋରୁକୋଣ୍ଡା ବ୍ଲକ କୋରୁକୋଣ୍ଡା ପଞ୍ଚାୟତର ବଡୁଗୁଡା l
- ଚିତ୍ରକୋଣ୍ଡା ବ୍ଲକର ବଡପଡା ପଞ୍ଚାୟତର ଯାନବାଇ କଲୋନୀ l
- ଖଇରପୁଟ ବ୍ଲକର ଖଇରପୁଟ ପଂଚାୟତର ଖଇରପୁଟ, ମାଝୀଗୁଡା ଓ ରାସବେଡା ପଞ୍ଚାୟତର ରାସବେଡା l
- ଏହି ସବୁ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 12:05:2021 ତାରିଖ ସନ୍ଦ୍ୟା 5 : 00 ଟାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳର ପରିସ୍ଥିତି ଉପରେ ନଜର ରଖିବା ସହ ତଦାରଖ କରିବା ପାଇଁ ସ୍ଥାନିୟ ତହସିଲଦାର ଓ ପୋଲିସକୁ ନିର୍ଦ୍ଧେଶ ଦିଆଯାଇଛି ।