ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ରେ ଆଜି ଭୋରରୁ ବାରକୋଟ ବ୍ଲକର ରାଇତା ବହାଲ ପଞ୍ଚାୟତ ଚାରିମଞ୍ଚା ଠାରୁ ବାରକୋଟ ଦେଇ, ଭାର ସିଂହ ଗ୍ରାମ କୁ OD 28 C 0325 ନମ୍ବର ବିଶିଷ୍ଟ ଲକ୍ଷ୍ମୀ ବସ ଟି ଯାଉଥିବା ସମୟରେ ନାଣ୍ଡିଝରି ଗାଁ ମୁଣ୍ଡ ରେ ବସରୁ ହଠାତ୍ ନିଆ ଲାଗି ଯାଇଥିବା ସ୍ଥାନୀୟ ଲୋକେ ଦେଖି ବସ ଚାଳକ କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ବସ ଡ୍ରାଇଭର ଗାଡ଼ି ରଖି ବସ ରେ ଥିବା ଯାତ୍ରୀମାନଙ୍କୁ ପ୍ରଥମେ ଗାଡ଼ି ଭିତରୁ ବାହାରକୁ ଓହ୍ଲେଇ ଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହିତ ବାରକୋଟ ଦମକଳ କେନ୍ଦ୍ର କୁ ଫୋନ୍ କରିଥିଲେ ପରେ ଦମକଳ ବାହିନୀ ପହଞ୍ଚିବା ପରେ ଉଭୟ ବସ୍ ଯାତ୍ରୀ ଓ ଦମକଳ ବାହିନୀ କର୍ମଚାରୀଙ୍କ ସହଯୋଗରେ ନିଆଁକୁ ଆୟତ କରାଗଲା । ଏହି ଘଟଣାରେ କାହାରି କୈାଣସି କ୍ଷତି ହୋଇନଥିବା ସୂଚନା ମିଳିଛି ।