ଲାୟନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆପଡ଼ା ଲାୟନ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ନିମନ୍ତ୍ରିତ ହୋଇ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଦେବଗଡ଼ ବିଜେଡ଼ି ସଭାପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ଅନୁଷ୍ଠାନର ସମ୍ପାଦକ ତଥା ପରିଚାଳନା ଡ଼ଃ ପ୍ରୋବଧ କୁମାର ପ୍ରଧାନ ମୁଖ୍ୟ ବ୍ୟକ୍ତା ପ୍ରଫେସର ରୋହିତ କୁମାର ଦାଶ ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋଟ ୧୫ ଟି ବିଭାଗର ବିଭିନ୍ନ ପ୍ରତିଯୋଗିତା ରହିଥିଲା +୨ ଦ୍ବିତୀୟ ବର୍ଷ ଛାତ୍ରୀ ଲିପ୍ସା ସାହୁ କଳା ବାଳିକା ବିଭାଗରେ ଓ +୨ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ର ଲିଙ୍କନ ସାହୁ ଚାମ୍ପିୟନ ହୋଇଥିଲେ । ବିଦ୍ୟାଳୟର ଖେଳ ଶିକ୍ଷକ ଟିକେଶ୍ବର ପ୍ରଧାନ ଅର୍ଚ୍ଚନା ବିଶ୍ବାଳ କ୍ରିଡ଼ା ପରିଚାଳନା କରିଥିଲେ। ଅଧ୍ୟାପକ ମାନସ ରଞ୍ଜନ ସାହୁ ରୁଦ୍ରନାରାୟଣ ମାଝୀ ଲିଙ୍ଗରାଜ ମାଝୀ ପ୍ରବିଣ ତାଣ୍ଡିଆ ଭାରତୀ ନାଏକ ପୂଜାରାଣୀ ପଶାୟତ ଲକ୍ଷ୍ମୀପ୍ରିୟା ନାଏକ ଦିପ୍ତୀମୟୀ ଜ୍ୟୋତିଷ ହିମାଂଶୁ ପ୍ରଧାନ ଚିନ୍ମୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ। ଅଧ୍ୟାପକ ଅରୁଣ ସାହୁ ସଭା ପରିଚାଳନା କରିଥିବା ବେଳେ ପୁରୁଷୋତ୍ତମ ଶତପଥି ବିବରଣୀ ପାଠ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁ ସ୍ବାଗତ ଅଭିଭାଷଣ ସହିତ ଅତିଥି ପରିଚୟ କରାଇଥିଲେ। ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା । କାର୍ଯ୍ୟକ୍ରମ ଶେଷରେ ଡଃ ପ୍ରବୋଧ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 

Comments (0)
Add Comment