କ୍ଷତ୍ରିୟ ଧାକଡ ସମାଜ ମହା ସମ୍ମିଳନୀ ଅନୁଷ୍ଠିତ


ନବରଙ୍ଗପୁର(କୋଶଲ ନ୍ୟୁଜ୍):- ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁନିଗୁଡା ରେ କ୍ଷତ୍ରିୟ ଧାକଡ ସମାଜର ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଚକ୍ରଧର ସିଂହ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଲକ୍ଷ୍ମୀ ନାରାୟଣ ସିଂ, ଉପସଭାପତି ସୁରେନ୍ଦ୍ର ନାୟକ, କାର୍ତ୍ତିକ ଦାସ, ମନମୋହନ ସିଂ, ହରି ଧାକଡ, ସଦନ ନାୟକ , ଉପଦେଷ୍ଟା ଦୁର୍ଯୋଧନ ନାୟକ ମଞ୍ଚାସିନ ଥିଲେ। କ୍ଷତ୍ରିୟ ବର୍ଣ୍ଣ ର ଉତ୍ପତ୍ତି, ବର୍ତମାନ ସମାଜରେ କ୍ଷତ୍ରିୟ ମାନଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସୁମିତ ଠାକୁର, ମିହିର ଶଙ୍କର ରାୟ ପାତ୍ର, ବଳିରାମ ସିଂ, ଘାସିରାମ ସିଂ, ରବି ସିଂ, ତ୍ରୀନାଥ ସିଂ,ତ୍ରୀନାଥ ନାୟକ,, ରତନ ପାତ୍ର, ରମେଶ ପାତ୍ର, ଯଦୂମଣୀ ପାତ୍ର,ଦଶମୁ ପାତ୍ର, ବିପିନ୍ ଭୁକ୍ତା, ଭିକାରୀ ଚରଣ ନାୟକ, ଯମୁନା ସୁର, ମନୋରମା ନାୟକ, ମହେଶ୍ୱର ନାୟକ, ଲମେନ ଭୁକ୍ତା, ବିଘ୍ନରାଜ ସିଂ , ପଦଲାମ ପାତ୍ର, ଲକ୍ଷ୍ମଣ ସିଂ, ଦୀପକ ସିଂ, ଜଳନ୍ଧର ସିଂ, ବିଭୁତି ନାୟକ, ଜିତେନ୍ଦ୍ର ସିଂ, ଗୋପୀ ପାତ୍ର , ସମ୍ଭୁନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ପ୍ରାୟ ଛଅ ସହ ରୁ ଊର୍ଦ୍ଧ୍ବ କ୍ଷତ୍ରିୟ ସମାଜ ର କାର୍ଯ୍ୟକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର  (ନବରଙ୍ଗପୁର)

Comments (0)
Add Comment