ଅଜଣା ଗାଡି ଧକାରେ ଯୁବକ ଗୁରୁତର ଘଟଣା ଚିକିତ୍ସା ଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଡିବନ୍ଧରେ ରାସ୍ତା ରୋକ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ରେ ଆଜି ସକାଳୁ ସକାଳୁ ସଡ଼କ ଦୁର୍ଘଟଣା ନେଇଯାଇଛି ଜଣକ ଜୀବନ l ତୁମୁଡିବନ୍ଧ ସ୍ଥିତ ବୁଡ଼ାପଡା ଗ୍ରାମର ସୂର୍ଯ୍ୟ ନାୟକ ନାମକ ଏକ ବ୍ୟକ୍ତି ନିଜର ଦୈନନ୍ଦିନ କାଯ୍ୟରେ ଡ଼ଃ ଆମ୍ବେଦକର ଛକ ଅଭିମୁଖେ ଯାଉଥିବା ବେଳେ ତୁମୁଡିବନ୍ଧ ବଜାର ଏବଂ ମେଡିକାଲ ଛକ ମଧ୍ୟରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ସମ୍ମୁଖ ରାଜ୍ୟ ରାଜପଥରେ ଆଜି ସକାଳ ୪ଟା ସମୟରେ ଏକ ଅଜଣା ଗାଡି ଧକାଦେଇ ଚାଲିଯାଇଥିଲା l ଅଜଣା ଗାଡି ଧକାରେ ସୂର୍ଯ୍ୟ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ ଫଳରେ ସୂର୍ଯ୍ୟ ଙ୍କର ମୁଣ୍ଡରେ ଶକ୍ତ ମାଡ଼ ହୋଇଥିବାରୁ ପ୍ରଥେମେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା l ଗୁରୁତର ସ୍ୱାସ୍ଥ୍ୟବସ୍ଥା ଯୋଗୁଁ ବାଲିଗୁଡ଼ାରୁ ପୂଣି ଫୁଲବାଣୀ ସ୍ଥିତ ଜିଲ୍ଲା ସଦରମହକୁମା ସ୍ୱାସ୍ଥ୍ୟକେନ୍ଦ୍ର କୁ ଉନ୍ନତ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ଅପରାହ୍ନରେ ସୂର୍ଯ୍ୟ ମୃତ୍ୟୁବରଣ କରିଥିଲେ l ଏହାକୁ ନେଇ ତୁମୁଡିବନ୍ଧ ବୁଡ଼ାପଡ଼ା ଗ୍ରାମର ଗ୍ରାମବାସୀ ଉତ୍ତେଜିତ ହୋଇ ତୁମୁଡିବନ୍ଧ ଠାରୁ ମୁନିଗୁଡ଼ା ସଂଯୋଗ କରୁଥିବା ରାଜ୍ୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବୀ ଜାରୀ ରଖିଛନ୍ତି l ବର୍ତମାନ ସୁଦ୍ଧା ଘଟଣା ସ୍ଥଳରେ ଶତାଧିକ ଯାନବାହାନ ଉଭୟ ପାର୍ଶ୍ୱରେ ଅଟକ ରହିଥିବା ବେଳେ ପୋଲିସ ବ୍ୟତୀତ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି l

ରିପୋର୍ଟ:-ପ୍ରବୀଣ କୁମାର ପଟନାୟକ

Comments (0)
Add Comment