ସାପ କାମୁଡାରେ ଚାଲିଗଲା ବିଧବା ମାଆଙ୍କ ଜୀବନ, କାଳ ସାଜିଲା ରାସ୍ତା

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-ସାପ କାମୁଡାରେ ଚାଲିଗଲା ବିଧବା ମାଆଙ୍କ ଜୀବନ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ମେଡିକାଲ ନେବାରେ ବିଳମ୍ୱ ଯୋଗୁଁ ଚାଲିଗଲା ବିଧବା ମାଆ ର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ମୁଣ୍ଡିଗଡ ପଞ୍ଚାୟତ ବଲୁମାଡୁ ଗ୍ରାମ ରେ । ସୂଚନା ମୁତାବକ ଘରେ ସୋଇଥିବା ବେଳେ ଏକ ବିଷଧର ଚିଟି ସାପ କାମୁଡିଥିବା ବେଳେ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଚାହିଁ ଥିଲେ ମଧ୍ୟ ରାତି ଅଧରେ ଜଙ୍ଗଲ ରାସ୍ତା ଦେଇ ଯିବା ସେମାନଙ୍କ ପାଇଁ ସମ୍ଭବ ହେଇନଥିଲା l ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇନ ପାରିବାରୁ ସଖାଳୁ ସଖାଳୁ ଆମ୍ବୁଲାନ୍ସ ଡାକି ଥିଲେ କିନ୍ତୁ ଗ୍ରାମ କୁ ଭଲ ରାସ୍ତା ଟିଏ ନଥିବାରୁ ଅଧା ରାସ୍ତାରେ ହିଁ ଆମ୍ବୁଲାନ୍ସ ରହି ଆପେକ୍ଷା କରିଥିଲା l କିନ୍ତୁ ପରିତାପର ବିଷୟ ତୁମୁଡ଼ିବନ୍ଧ ମେଡିକାଲ ପହଞ୍ଚିବାର ବିଳମ୍ୱ ହୋଇଥିବାରୁ ତୁମୁଡ଼ିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ବାଲିଗୁଡ଼ା  ଚିକିତ୍ସାଳୟ ରେ ପହଞ୍ଚି ପରେ ଡାକ୍ତର ମହିଳା ଜଣକୁ ମୃତ୍ୟ ଘୋଷଣା କରିଥିଲେ |

ରିପୋର୍ଟ ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment