କୋଡ଼ିଏ ପରିବାରକୁ ଗୋଳିଆ ପାଣି ହିଁ ଭରସା, ଦୁଇଟି କୂଅ ଗୋଟିଏ ନଳକୂପରୁ ବାହାରୁଛି ଗୋଳିଆ ପାଣି

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ  କଦମ ପଦର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ଅଭାବ | ବର୍ତ୍ତମାନ ସରକାର ବସୁଦ୍ଧା ଯଜନାରେ ପ୍ରତିଘରକୁ କିଭଳି ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ ସେ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାର ଠିକ ବିପରୀତ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟରୁ ମାତ୍ର ଦୁଇ ତିନି  କି. ମି ଦୂରରେ ଥିବା କଦମ ପଦର ଗ୍ରାମରେ | ଏହି ଗ୍ରାମରେ ୨୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଏମାନଙ୍କ ଜୀବିକା ସମ୍ପୂର୍ଣ ଚାଷ ବାସ ଉପରେ ନିର୍ଭର କରେ | କିନ୍ତୁ ସାମାନ୍ୟ ବର୍ଷା ହେଲେ ପିଇବା ପାଇଁ ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସ୍ବପ୍ନ | ଦୁଇଟି କୂଅ, ଗୋଟିଏ ନଳକୂପ ଏବଂ ଏକ ସୌର ଚାଳିତ ପାନୀୟ ଜଳର ବ୍ୟବସ୍ତା ରହି ଅଛି  କିନ୍ତୁ ଏକ ମାସ ରୁ ଉର୍ଦ୍ଧ ହବ ସୌର ଚାଳିତ ଜଳ ଯୋଗାଣ ଖରାପ ହୋଇ ପଡ଼ିଥିବା ବେଳେ ଦୁଇଟି ପୁରାତନ କୂଅରୁ ଗୁଳିଆ ପାଣି ଏବଂ ଗୋଟିଏ ନଳ କୁପରୁ ୧୦ ରୁ ୧୨ ବାଲ୍ଟି ପାଣି ବାହାରିଵା ପରେ ସେଇ ନଳ କୁପଟି କାର୍ଯ୍ୟକ୍ଷମ ନ ହୋଉଥିବା ନଜିର ରହିଛି |  ଏହି ବାବଦରେ ଗ୍ରାମ ବାସି ତୁମୁଡିବନ୍ଧ ପଞ୍ଚାୟତ ସମିତିରେ ଥିବା ଜଳ ବିଭାଗ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଙ୍କୁ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି  ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି | ଏହି ବିଷୟ ନେଇ ଆମେ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଙ୍କ ପ୍ରତିକ୍ରିୟା ଲୋଡ଼ିବା ବେଳେ ସେ କ୍ୟାମେରା ଆଗରେ କୌଣସି କଥା କହିବାକୁ ମନା କରିବା ସହ ଏହାର ଉତ୍ତର ଉପରିସ୍ଥ ଅଧିକାରୀ ଦେବେ କହି ଚାଲି ଯାଇଥିଲେ | ଏଭଳି ଗରିବ ଲୋକଙ୍କ ପାଣି ସମସ୍ୟା ଦୂର କରିବା ବଦଳରେ ନିରୀହ ୨୦ ପରିବାର କୁ ଅଣଦେଖା କରିବା ଏବଂ ଗଣ ମାଧ୍ୟମ କୁ ପ୍ରତିକ୍ରିୟା ନ ଦେବା ଏକ ପ୍ରକାର ଦୁଖଃ ର ବିଷୟ ବୋଲି ଆଲୋଚନାହେଉଛି l ତେବେ ଯନ୍ତ୍ରୀ କେବେ କେଉଁଦିନ ଏହି ନିରୀହ କଦମ ପଦର ଗ୍ରାମବାସୀ ଙ୍କ ଗୁହାରି ଶୁଣିବେ ଏବଂ ସୌର ଚଳିତ ବିଶୁଦ୍ଧ ପାନୀୟ ଜଳ ସଜାଡି ଗ୍ରାମବାସୀଙ୍କୁ  ଯୋଗାଇଦେବେ ତାହା ଦେଖିବାକୁ ବାକିରହିଲା l

Comments (0)
Add Comment