ଜଙ୍ଗଲ ସୁରକ୍ଷା ନେଇ କଠୋର ହେଉଛି ତୁମୁଡିବନ୍ଧ ବନବିଭାଗ

ତୁମୁଡିବନ୍ଧ(କୋଶଲ ନ୍ୟୁଜ):- ଜଙ୍ଗଲ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା l ସମଗ୍ର ରାଜ୍ୟରେ ଅତ୍ୟଧିକ ଜଙ୍ଗଲ ଥିବା ଜିଲ୍ଲା ଭାବେ ପ୍ରକୃତିରାଣୀ କନ୍ଧମାଳ ଜିଲ୍ଲା ପରିଚିତ l କନ୍ଧମାଳର ଦାରିଙ୍ଗବାଡି ଓ ବେଲଘର ଅଞ୍ଚଳ ପର୍ଯ୍ୟଟନ ଦୁନିଆରେ ବେସ ଜଣାଶୁଣା l ତେବେ ଜିଲ୍ଲାରେ ଅତିତରେ ଥିବା ଘଞ୍ଚ ଜଙ୍ଗଲ ବର୍ତମାନ କ୍ଷୟ ହେବାକୁ ଲାଗିଛି l ତେବେ ଜନଜାତି ବହୁଳ ଏହି ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବନାଞ୍ଚଳରେ କଠୋର ମନଭାବ ପୋଷଣ କରି ଜଙ୍ଗଲ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବନବିଭାଗ l ବାରମ୍ବାର ଜନସଚେତନ ତଥା ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ଜଙ୍ଗଲରେ ନିଆଁ ଲଗାଇବାକୁ ବାରଣ କରାଯାଉଥିଲେ ମଧ୍ୟ କିଛି ଅସାଧୁ ବ୍ୟକ୍ତିଙ୍କ ଦ୍ୱାରା ଅବକ୍ଷୟ ହେବାକୁ ବସିଥିବା କୋଟଗଡ଼ ଅଭୟାରଣ୍ୟର ହରିପୁର ସଂରକ୍ଷିତ ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଚଳିତ ଆର୍ଥିକ ବର୍ଷରେ ମାଦାଗୁଡ଼ା ଛକ ନିକଟ ଲଣ୍ଡା ପାହାଡ଼ରେ ୧୬ ହଜାର ବୃକ୍ଷ ଚାରା ରୋପଣ ପାଇଁ ଦୃଢ଼ ପଦକ୍ଷେପ ନେଇଛି ସ୍ଥାନୀୟ ବନବିଭାଗ l ରବିବାର ଦିନ ସ୍ଥାନୀୟ ବନାଞ୍ଚଳ ଅଧିକାରୀ କାଳୀ ଚରଣ ବେହେରା, ବନପାଳ ମନ୍ମଥ ପରିଛା, ଜ୍ୟୋତିରାଜ ମଲ୍ଲିକ, ବନରକ୍ଷୀ ଶ୍ରୀରାମ ପଣ୍ଡା, ସାଗରୀକା ବେହେରା, ଖଗେଶ୍ୱର ପ୍ରଧାନ, ଲୋକନାଥ ପ୍ରଧାନ, ଯୁଧିଷ୍ଠିର ଦିଗାଳ, ଦିଲ୍ଲୀପ ପ୍ରଧାନ ଓ ସମସ୍ତ ୱାଚର,ନିଆଁ ଲିଭା ବାହିନୀ ପ୍ରମୁଖ ହରିପୁର ସଂରକ୍ଷିତ ଜଙ୍ଗଲ କ୍ଷେତ୍ର ପରିଦର୍ଶନରେ ଯାଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l ପ୍ରାକୃତିକ ଜଙ୍ଗଲ ଅବକ୍ଷୟ ହେଇଆସୁଥିବାରୁ ଜିଲ୍ଲାରେ ଜଳବାୟୁ ପରିବର୍ତ୍ତନ ଘୋର ପ୍ରଭାବିତ ହେଉଛି l ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ଅନୁଭୂତ ହେଉଛି l ଶୋଭା ହରାଇ ବସିଲାଣି ପ୍ରକୃତିରାଣୀ କନ୍ଧମାଳ l ତେଣୁ ଜନସାଧାରଣ ଏଥିପ୍ରତି ସଚେତନ ହେବା ଆବଶ୍ୟକତା ରହିଛି l

ରିପୋର୍ଟ – ପବିତ୍ର ଦିଗାଳ

Comments (0)
Add Comment