ତୁମୁଡ଼ିବନ୍ଧ ସି ଡି ପି ଓ ମାଡାମଙ୍କ ଦବଙ୍ଗଗିରି

ତୁମୁଡ଼ିବନ୍ଧ:-(କୋଶଲ ନ୍ୟୁଜ୍)ତୁମୁଡ଼ିବନ୍ଧ ସି ଡି ପି ଓ ଲତା ଦିଗାଲ ଙ୍କ ଉଦ୍ଧତ ପଣିଆ ଯୋଗୁଁ ହଇରାଣ ହେଲେ ନିରୀହ ରୋଗୀ। ତୁମୁଡ଼ିବନ୍ଧ ସି ଡି ପି ଓ ମାଡାମ ନିଜକୁ ସର୍ବେସର୍ବା ଭାବନ୍ତି। ପୋଲିସ୍ କିମ୍ବା କୌଣସି ଅଧିକାରୀଙ୍କୁ ଖାତିର ନାହିଁ ମାଡାମ୍ ଙ୍କର।ସେଥିପାଇଁ ତ ଆଜି ପୂର୍ବାହ୍ନ ପ୍ରାୟ ୧ ଘଣ୍ଟା ରୁ ତୁମୁଡ଼ିବନ୍ଧ ଓଡ଼ିଆସାହିର ମଝି ରାସ୍ତାରେ ନିଜର ସରକାରୀ ଗାଡ଼ିକୁ ରଖିଦେଇ ଡ୍ରାଇଭର ଠାରୁ ଚାବି ଛଡ଼େଇ ନେଇ ଚାଲିଗଲେ ନିଜ ବାସଗୃହକୁ । ଫଳରେ ୪ ଘଣ୍ଟା ଧରି ସାଧାରଣ ଯାତାୟାତରେ ବହୁ ସମସ୍ୟା ଉପୁଜିଲା । ସାହି ଭିତରୁ ଜଣେ ଗୁରୁତର ରୋଗୀଙ୍କୁ ମଧ୍ୟ ଏକ ଅଟୋରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାବେଳେ ମାଡ଼ାମ ଙ୍କ ଗାଡ଼ି ରାହିଯାଇଥିବାରୁ ନିଆଯାଇ ପାରିନଥିଲା। ଫଳରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। ସବୁ ହଇରାଣ ହରକତ ହେବା ପରେ ସ୍ଥାନୀୟ ପୋଲିସ ଆସିବାରୁ ମାଡ଼ାମ୍ ଆସି ଗାଡ଼ି ହଟେଇଥିଲେ । ତେବେ ସ୍ଥାନୀୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଜଣେ ସରକାରୀ ଅଧିକାରୀଣି ବୋଲି ସି ଡି ପି ଓ ଙ୍କ ପ୍ରତି କୌଣସି ଆଇନ ଉଲଙ୍ଘନ କାର୍ଯ୍ୟାନୁଷ୍ଠାନ ନିଆନଯାଇ ସେଭଳି ଛାଡ଼ିଦିଆଗଲା। କିନ୍ତୁ ଏହା ଯଦି ଜଣେ ସାଧାରଣ ଲୋକଙ୍କ କ୍ଷେତ୍ରରେ ହୋଇଥିଲେ ପୋଲିସ୍ ନିଜର ପାରିବା ପଣ ଦେଖାଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି l ପ୍ରକାଶ ଥାଉକୁ ଏହି ଭଳି ଗତ କିଛିଦିନ ତଳେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏକାଭଳି ଡ୍ରାଇଭର ଠୁ ଚାବି ମାଗି ରାସ୍ତାର ମଝିରେ ଗାଡ଼ି ଟିକୁ ଲକ କରି ରଖିଦେଇ ଚାଲି ଯାଇଥିଲେ ଫଳରେ ବରଯାତ୍ରୀ ଗାଡି ଫେରିବା ସମୟରେ ନାହିଁ ନଥିବା ହଇରାଣ ହୋଇଥିବା ନଜିର ରହିଛିl                             

ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକଙ୍କ ରିପୋର୍ଟ

Comments (0)
Add Comment