ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସ୍ଥାନୀୟ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ଆଜି ବୁଧବାର ଦିନ ୧୦ଘଟିକା ସମୟରେ ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ବିଶ୍ୱେଶ୍ୱର ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଏକ ହର ଘର ତ୍ରିରଙ୍ଗା ର ବିରାଟ ଶୋଭାଯାତ୍ରା କରାଯାଇଛି l ଏହି ଶୋଭାଯାତ୍ରା ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରୁ ବାହାରି ଶତାଧିକ ଛାତ୍ର ଛାତ୍ରୀ ମାନେ ରାସ୍ତାର ଦୁଇପାର୍ଶ୍ଵ ରେ ପଦଯାତ୍ରାରେ ଦୁଇଲାଇନ କରି ତୁମୁଡିବନ୍ଧ ମୁଖ୍ୟବଜାର ପର୍ଯ୍ୟନ୍ତ ଯାଇଥିଲେ l ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଦେଶତ୍ମକ ବୋଧ ଗୀତରେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଞ୍ଚଳ ର ଲୋକ ମାନଙ୍କ ମଧ୍ୟରେ ଏକ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କରିବାର ଏକ ପ୍ରୟାସ ମଧ୍ୟ କରିଥିଲେ l ଏହି ତ୍ରିରଙ୍ଗା ଯାତ୍ରାରେ ନେତାଜୀ ସୁବାସ ବୋଷ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ବିଶ୍ୱେଶ୍ୱର ଆଚାର୍ଯ୍ୟଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ଶ୍ରୀ ରମେଶ ଚନ୍ଦ୍ର ଦିଗାଳ, ଶ୍ରୀ ସୁଶାନ୍ତ ସୁନା, ଶ୍ରୀମତୀ ରୀନା ମହାନ୍ତି, ଶ୍ରୀମତୀ ସ୍ଵାଗତିକା ସାହୁ, ଶ୍ରୀ ଦୀପ୍ତି ରଞ୍ଜନ ଦିଗାଳ, ଶ୍ରୀ ଯୁଗଳ ପ୍ରଧାନ, ଶ୍ରୀମତୀ ମନୀଷା ସାହୁ, ସୁଶ୍ରୀ ଶ୍ରାବଣୀ ବାରିକ ଆଦି ଉପସ୍ଥିତ ରହି ପଦଯାତ୍ରା ଟିକୁ ସଫଳ କରିଥିବା ଦେଖିବାକୁ ମିଳିଛି l
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ