ହର ହର ମହାଦେବ ନାଦରେ କମ୍ପୁଛି ପ୍ରସିଦ୍ଧ ଶୈବ ପିଠ ଜଲେଶପଟ୍ଟା

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ ଜଲେଶପଟ୍ଟା ରେ ଦେଖିବାକୁ ମିଳିଛି ଶତାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ l ଭିଡରେ ହରହର ମହାଦେବରେ କମ୍ପୁଛି ଜଳେଶ୍ୱର ପୀଠ l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ରେ ପାଳିତ ହେଉଅଛି ଶିବରାତ୍ରି l ବାବା ଜଳେଶ୍ୱର ଙ୍କର ଦର୍ଶନ ପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଛୁଟୁଛି l ବାବା ଜଳେଶ୍ୱର ରାହୁଳ ନଦୀ ମଧ୍ୟ୍ୟ ଗର୍ଭ ରେ ଫୁଟି ରହି ପୂଜା ପାଉଛନ୍ତି l ଜଳେଶ୍ୱର ଙ୍କୁ ଦର୍ଶନ ପାଇଁ ରାହୁଳ ନଦୀ ପାର ହେବାକୁ ପଡେ ତେଣୁ ଜଳେଶ୍ୱର ମନ୍ଦିର କମିଟି ଦ୍ଵାରା ନଦୀ ମଧ୍ୟରେ ଏକ ଅସ୍ଥାୟୀ କାଠ ପୋଲ ତିଆରି କରି ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ରେ ଯାଇ ଜଳେଶ୍ୱର ଙ୍କୁ ଦର୍ଶନ କରି ଫେରିବେ ତାହାର ବନ୍ଦୋବସ୍ତ କରିଥିବା ଦେଖିବାକୁ ମିଳିଛି l ରାତ୍ରୀ ଉଜାଗର ରହୁଥିବା ଭକ୍ତଙ୍କ ପାଇଁ ମଧ୍ୟ ସମସ୍ତ ପ୍ରକାର ସୁବିଧା ରହିଅଛି l ମନ୍ଦିର ର କିଛି ଦୂର ଯାତ୍ରା ପଡିଆରେ ବିଭିନ୍ନ ପ୍ରକାର ଦୋକାନ ଖୋଲା ଯାଇଥିବା ବେଳେ ସେହି ସ୍ଥାନରେ ମଧ୍ୟ ଶତାଧିକ ଶ୍ରଦ୍ଧାଳୁ ଙ୍କ ଗହଳି ଲାଗିରହିଛି l କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତି ନ ଉପୁଜେ ନିଜେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଉପସ୍ଥିତ ରହିବା ସହ ୩ପ୍ଲାଟୁନ ଫୋର୍ସ ମୁତୟନ ରହିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି l  ଏହି ଶିବରାତ୍ରି ରେ ମନ୍ଦିର ପରିଚାଳନା କମିଟି ତରଫରୁ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଲୋକଙ୍କ ପାଇଁ ମୁଖ୍ୟ ରାସ୍ତାରୁ ମନ୍ଦିର କୁ ଯିବାପାଇଁ ଗାଡିର ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ଦେଖିବାକୁ ମିଳିଛି l


ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment