ବାଲିଗୁଡ଼ା-(କୋଶଲ ନ୍ୟୁଜ୍) ରାଜ୍ୟରେ ଅଚଳ ନଳକୂପ କୁ ସଚଳ କରିବାକୁ ମନ୍ତ୍ରୀଙ୍କ ଚିଠି ମଧ୍ୟ୍ୟମରେ ନିର୍ଦ୍ଦେଶ ଦେଇ ଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଛନ୍ତି ମନ୍ତ୍ରୀ ରବି ନାଏକ l ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ୍ ସମୟରେ ସାରିବାକୁ ନିର୍ଦ୍ଦେଶ’ ଦିଆ ଯାଇଛି l ହେଲେ କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଆରଡବ୍ଲୁ ଏସଏସ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କ ନିର୍ଦେଶ ଅନୁଯାଇ ପାନୀୟ ଜଳ ଯୋଗାଣ ଦୂର କରିବା ଅସମ୍ଭବ ହେବାରେ ଦେଖା ଦେଇଛି l କାରଣ ସରକାରଙ୍କ ନିୟମ ଅନୁଯାଇ ନଳ କୁପ ସଜାଡ଼ିବା ପାଇଁ ଚାରି ଚକିଆ ଗାଡ଼ି ବ୍ୟବହାର କରିବାର ନିୟମ ରହିଛି l ହେଲେ ଯନ୍ତ୍ରୀ ଜଣଙ୍କ କିନ୍ତୁ ତିନି ଚକିଆ ଅଟୋ ବେନିୟମ ଭାବେ ନଳ କୁପ ସଜାଡ଼ିବା କାର୍ଯ୍ୟରେ ଅଫିସ କାର୍ଯ୍ୟଳୟରେ ନିୟଜିତ କରିଛନ୍ତି l ଫଳରେ ତିନ ଚକିଆ ଅଟୋଟି କ ନୂଆଗାଁ ବ୍ଲକରେ ଥିବା 14 ଟି ପଞ୍ଚୟତର ଦୁର୍ଗମ ଗ୍ରାମକୁ ପହଞ୍ଚି ପାରୁ ନାହିଁ l ଏଥି ଯୋଗୁଁ ବର୍ଷ ବର୍ଷ ଧରି ଅଚଳ ନଳକୂଅ ଗୁଡ଼ିକୁ ତିଆରି କରାଯାଇ ପାରୁ ନାହିଁ l ଗ୍ରାମ ବାସି ପାଣି ବୁନ୍ଦାଏ ପିଇବା ପାଇଁ ଝରଣା ପାଣି, ଚୁଆଁ ପାଣି ବ୍ୟବହାର କରି ଅସୁସ୍ଥ ହେଉ ଛନ୍ତି l ବର୍ତମାନ ଗ୍ରୀଷ୍ମ ଋତୁ ଆସୁଥିବା ଯୋଗୁଁ ଗ୍ରାମରେ ପିଇବା ପାଣି ସଙ୍କଟ ଦେଖା ଦେଉଛି l ଏପରି ପେକ୍ଷୀରେ ଆରଡବ୍ଲୁ ଏସ ଏସ ବିଭାଗ ପକ୍ଷରୁ କ ନୂଆଗାଁ ବ୍ଲକରେ ପାନୀୟ ଜଳ ଯୋଗାଣ ଦୂର କରିବା ଅସମ୍ଭବ ହେବ ବୋଲି ବୁଦ୍ଧି ଜୀବି ମାନେ ମତ ପ୍ରକାଶ କରିଛନ୍ତି l ହେଲେ ବର୍ତମାନ ଯନ୍ତ୍ରୀ ଜଣଙ୍କ ହରଡ଼ ଘଣାରେ ପଡିଛନ୍ତି l ଚାରି ଚକିଆ ଗାଡ଼ି ବ୍ୟବହାର ବଦଳରେ ତିନି ଚକିଆ ଅଟୋ ଲଗାଇଥିବା ଯୋଗୁଁ ବ୍ଲକ ପ୍ରଶାସନ ପକ୍ଷରୁ ଦଶ ମାସ ହେବ ଅଟୋର ମାସିକ ଭଡା ବାବଦକୁ ଥିବା ଟଙ୍କା ଦିଆ ଯାଇ ପାରୁ ନାହିଁ l ଫଳରେ ଅଟୋ ମାଲିକ ମୁଣ୍ଡରେ ହାତ ଦେଇ ଅନାଇ ବସିଛନ୍ତି l କାହା ନିର୍ଦେଶରେ ଯନ୍ତ୍ରୀ ଜଣଙ୍କ ଏହି ଅଟୋ ଟିକୁ ଅନୁକମ୍ପା ଦେଖାଇ କିମ୍ବା ପିସି ପାଇବା ଉଦେସ୍ୟରେ ନଳକୂଅ ସଜାଡ଼ିବା କାର୍ଯ୍ୟରେ ଲଗାଇଛନ୍ତି l ତାହା ସନ୍ଦେହ ଘେରରେ ରହିଛି l ନଳ କୁପ ସଜାଡ଼ିବା କାର୍ଯ୍ୟକ୍ରମରେ ନିୟଜିତ ପଂଚାୟତ ଏସିଏମ ମାନେ ତିନି ଚକିଆ ଗାଡ଼ି ରେ ବର୍ଷା ଖରା ରେ ନଳକୂପ ସଜାଡ଼ିବା ପାଇଁ ଯାଇ ପାରୁ ନାହାନ୍ତି l ଚାରି ଚକିଆ ଗାଡ଼ି ବ୍ୟବହାର କରିବା ପାଇଁ ଯନ୍ତ୍ରୀଙ୍କୁ ଜଣାଇ ଥିଲେ ମଧ୍ୟ୍ୟ ଜନ୍ତ୍ରୀ ଜଣକ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ନାମ ଗୋପନୀୟ ରଖି କର୍ମ ଚାରି ମାନେ ପ୍ରକାଶ କରିଛନ୍ତି l କିଛି ଏସ ମାନେ ଏହି ଅଟୋ ରେ ଯିବାକୁ ବରଣ କରିଛନ୍ତି l ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ ଦିନ ହେବ ଜନ୍ତ୍ରୀ ଉକ୍ତ ବିଭାଗ ରେ କାର୍ଯ୍ୟ କରୁଥିବା ଯୋଗୁଁ କାହାରିକୁ ମଧ୍ୟ୍ୟ ଖାତିରି କରୁନ ଥିବା ବିଭlଗୀୟ ଷ୍ଟାଫ୍ ମାନେ ପ୍ରକାସ କରିଛନ୍ତି l ଏ ସମ୍ପର୍କରେ ଯନ୍ତ୍ରୀ ଗୋଲାମ ଓରାମଙ୍କୁ ଫୋନ୍ ଯୋଗେ ପଚାରି ବାରୁ ସେ ସନ୍ତସ ଜନକ ଉତ୍ତର ଦେଇ ପାରିନଥିଲେ l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ନଳକୂଅ ସଜାଡ଼ିବା ପାଇଁ ବ୍ୟବହାର ଉଦ୍ଧିଷ୍ଟ ଚାରି ଚକିଆ ଗାଡ଼ି ନିୟଜିତ କରିବା ନିମନ୍ତେ ଦାବି କରିଛନ୍ତି l
ରିପୋର୍ଟ -ସାମୁଏଲ ପ୍ରଧାନ