ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):- ତୁମୁଡିବନ୍ଧରେ ବଢୁଛି ଦୁର୍ଘଟଣା l ବେପରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଯାଉଛି ନିରୀହଙ୍କ ଜୀବନ l ଖସିଯାଉଛନ୍ତି ବେପରୁଆ ଚାଳକ l ନବ ବର୍ଷ ଆରମ୍ଭରୁ ଆଜି ରବିବାର ଦିନ ସନ୍ଧ୍ୟା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କ ମୃତ୍ୟୁ ହୋଇଛି l ତୁମୁଡିବନ୍ଧ ଡ଼ଃ ଆମ୍ବେଦକର ଛକ ନିକଟ ଲମ୍ବା ଘାଟିରେ ବିପରୀତ ଦିଗରୁ ଆସୁଥିବା କୌଣସି ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ଫଳରେ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ୧୦୮ ଯୋଗେ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ବେଳେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି l ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି l ମୃତ ବ୍ୟକ୍ତି ଜଣକ ଶାନ୍ତନୁ କୁମାର ବାହିନୀପତି ପି. ରସାନନ୍ଦ ପତି ଗ୍ରାମ ଦିଆନକବନ୍ଧ କଲୋନୀ,ନୟାଗଡ଼ ବୋଲି ମିଳିଥିବା ଆଧାର କାର୍ଡରୁ ସ୍ପଷ୍ଟ ହୋଇଛି l ସେ ତୁମୁଡିବନ୍ଧ ଜଳେଶପଟ୍ଟା ଗ୍ରାମ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଟି ଜି ଟି (ପି ସି ଏମ)ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ l କୌଣସି କାର୍ଯ୍ୟରେ ମୁଣ୍ଡିଗଡ଼ ଯାଇ ଫେରୁଥିବା ବେଳେ ସତେ ଯେମିତି ଅଧବାଟରେ ଜଗି ରହିଥିଲେ ଯମ l ବୃଦ୍ଧ ବାପ ମା ଙ୍କ ଏକମାତ୍ର ସନ୍ତାନର ଚାଲିଗଲା ଜୀବନ l ନିମିଷକ ଭିତରେ ଉଜୁଡି ଯାଇଥିଲା ଅବିବାହିତ ପୁଅ ପାଇଁ ଦେଖିଥିବା ବୃଦ୍ଧ ବାପ ମା ଙ୍କର କେତେଯେ ସୁନେଲି ସ୍ବପ୍ନ l ସ୍ଥାନୀୟ ପୋଲିସ ପ୍ରାଥମିକ ତଦନ୍ତ ପରେ ଏକ ରୋଲର ଗାଡ଼ି କୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସନ୍ଦେହରେ ଅଟକ ରଖି ପଚରାଉଚରା ଜାରୀ ରଖିଛି l
ରିପୋର୍ଟ:-ପ୍ରବୀଣ କୁମାର ପଟନାୟକ