ଶିବ ରାତ୍ରୀ ହେଲା ଶେଷ ରାତ୍ରୀ, ବେଲଘରରୁ ଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର ଜଣେ ମୃତ୍ୟୁ ଏକାଧିକ ଆହତ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ବେଲଘର ପଞ୍ଚାୟତ ର କୁସୁମୁଣ୍ଡା ଓ ଆଖପାଖ ଗ୍ରାମର ୧୫ ରୁ ଉର୍ଦ୍ଧ ଶିଶୁ,ବୃଦ୍ଧ ବୃଦ୍ଧା, ମହିଳା ପୁରୁଷ ଗୁରୁତର ଜଣେ ମୃତ୍ୟୁ ମୃତ୍ୟୁକ ହେଲେ ବୁଢ଼ୀ ବିନ୍ଧାଣି (୫୦) ଶିକାକି ଗ୍ରାମର ବୋଲି ଜଣା ପଡିଛି l ବର୍ତମାନ ସମସ୍ତ ଆହତ ମାନଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଜାରୀ l ସମସ୍ତ ଶୈବ ପୀଠରେ ଜାକଜକମ ରେ ଶିବରାତ୍ରି ପାଳନ ହେଉଥିବା ବେଳେ  ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତ ର ଅବସ୍ଥିତ ଶୈବ ପୀଠରେ ମଧ୍ୟ ପାଳନ ହୋଇଥିଲା ଶିବରାତ୍ରୀ ଏବଂ ରାତ୍ରିକାଳୀନ ଏକ  ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିଲା ଶିବଙ୍କୁ ଦର୍ଶନ ଏବଂ ରାତ୍ରୀ ନାଟ ଦେଖା ସରିବା ପରେ କୁସୁମୁଣ୍ଡା ଏବଂ ଆଖପାଖ ଗ୍ରାମର ମହିଳା ଏବଂ କିଛି ଶିଶୁ ଟ୍ରାକ୍ଟର ମାଧ୍ୟମରେ  ନିଜ ଘରକୁ ଫେରିଲା ବେଳେ ଘଟିଥିଲା ଦୁର୍ଘଟଣା । ଖବର ପାଇ ଘଟଣା ସ୍ଥଳରେ ବେଲଘର ଗ୍ରାମବାସୀ ଏବଂ ବେଲଘର ପୋଲିସ ପହଞ୍ଚି ଟ୍ରାକ୍ଟର ଏବଂ ମୃତ୍ୟୁ ଦେହକୁ ଜବତ କରିବା ସହ ଆହତଙ୍କୁ ବେଳଘର ଡ଼କ୍ଟରଖାନା ରେ ଭର୍ତ୍ତି କରିଥିଲେ ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଚିକିତ୍ସା ଚାଲୁରହିଛି ସୂଚନା l ଏହିଭଳି ଟ୍ରାକ୍ଟର ରେ ଯିବା ଆସିବା କରିବା ସମୟରେ ପୋଲିସ କାହିଁକି ବାରଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆଞ୍ଚଳ ବସି l ତେବେ ପ୍ରକାଶ ଥାଉକି ଗତ ବର୍ଷ ଏହିଭଳି ଯାତ୍ରା ଦେଖି ଫେରୁଥିବା ସମୟରେ ମଧ୍ୟ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଏକାଧିକ ଆହତ ହୋଇଥିଲେ ତଥାପି ପୋଲିସ ନଜର ନରଖିବା ଏକ ଦୁଃଖର ବିଷୟ ବୋଲି ଆଲୋଚନା ଜୋରଧରିଛି l

ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ

Comments (0)
Add Comment