କନ୍ଧମାଳରେ ପୁଣି ଲଜ୍ୟା, ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ


ମାସିକ ଋତୁସ୍ରାବରୁ ଚିହ୍ନଟ, ମାମଲା ରୁଜ୍ଜୁ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ
ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)- ଦିନ ପରେ ଦିନ ବିବାଦ ଛାଡ଼ୁନି କନ୍ଧମାଳ ଜିଲ୍ଲା ଆବାସିକ ସେବାଶ୍ରମ ଶିକ୍ଷା ବ୍ୟବସ୍ଥା ଉପରୁ l କେଉଁଠି ନା କେଉଁଠି ତ୍ରୁଟି ରହିଯାଉଛି କି ସେବାଶ୍ରମ କର୍ତୃପକ୍ଷଙ୍କର ? ପିଛା ଛାଡ଼ୁନି ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା। କନ୍ଧମାଳ ରେ ପୁଣି ଲଜ୍ୟା। ପୁଣି ଦୁଇଜଣ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଚିହ୍ନଟ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ମାମଲା ରୁଜୁ କରିଥିବା ଜଣା ପଡ଼ିଛି।ଏଭଳି ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଅଞ୍ଚଳର ସରକାରୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଗ୍ରୀଷ୍ମ ଅବକାଶ ପରେ ଆବାସିକ ବିଦ୍ୟାଳୟ କୁ ଫେରିଥିଲେ ଛାତ୍ରୀମାନେ। ହେଲେ ଏକ ମାସ ହେବାରୁ  ମାସିକଋତୁ ସ୍ରାବ ତଦାରଖ କରିବା ସମୟରେ ଦୁଇ ଜଣ ଛାତ୍ରୀ ଙ୍କ ପୋଜିଟିଭ ଥିବା ଜାଣିପାରି ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବା ଓ ତାଙ୍କ ନିର୍ଦ୍ଦେଶ ରେ ଡାକ୍ତରୀ ମାଇନାର ରିପୋର୍ଟ ମୁତାବକ ସ୍ପଷ୍ଟ ହୋଇଥିଲା ଯେ ଉକ୍ତ ଦୁଇ ଜଣ ଛାତ୍ରୀ ଗର୍ଭବତୀ ବୋଲି।ସେହି ଦୁଇ ଜଣ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ହୋଇଥିବା ବେଳେ କୋଟଗଡ଼ ଓ ବେଲଘର ଥାନା ଅଞ୍ଚଳର ।ଏହା ପରେ ପୃଥକ ଭାବରେ ଦୁଇଟି ଥାନାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଲିଖିତ ଭାବରେ ଏତଲା ଦେଇଥିଲେ।ଏତଲାକୁ ଆଧାରକରି କୋଟଗଡ଼ ଥାନାରେ କେସ ନମ୍ବର ୧୦୩/୨୫ ଏବଂ ସେହିଭଳି ବେଲଘର ଥାନାରେ ୬୪/୨୫ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଳେ ବେଲଘର ପୋଲିସ ଉକ୍ତ ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚାର ଉଚୁରା ଜାରି ରହିଥିବା ବେଳେ କୋଟଗଡ଼ ପୋଲିସ ମଧ୍ୟ ସଂପୃକ୍ତ ଯୁବକକୁ ଚିହ୍ନଟ କରିବାରେ ସଫଳ ହୋଇ ଥିବା ନେଇ ସୂଚନା ଦେଇଛନ୍ତି।

ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ

Comments (0)
Add Comment