ତୁମୁଡିବନ୍ଧ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ

ବ୍ଲକର ସବୁ ଅବ୍ୟବସ୍ଥା ନେଇ ଅଧିକାରୀଙ୍କୁ ଝାଡ଼ିଲେ ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା


ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-ତୁମୁଡିବନ୍ଧ ବ୍ଲକରେ ସପ୍ତମ ସାଧାରଣ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି l ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର,ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ,ବ୍ଲକ ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ , ବିଧାୟକ ପ୍ରତିନିଧି ପ୍ରକାଶ ଚନ୍ଦ୍ର ପାତ୍ର , ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭକାନ୍ତ ମାଝୀ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିବାବେଳେ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ l ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତୁମୁଡିବନ୍ଧ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ମନ୍ୱିତ ଶିଶୁ ବିକାଶ,ବନବିଭାଗ, ପାନୀୟ ଜଳ, ପ୍ରାଣୀ ସ୍ୱାସ୍ଥ୍ୟ , ଜନମଙ୍ଗଳ, କୃଷି ଏବଂ ଉଦ୍ୟାନ ଇତ୍ୟାଦି ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l ସ୍ଥାନୀୟ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିବାରୁ ଏହାର ପଛରେ ରହସ୍ୟ କଣ କହି ଉପସ୍ଥିତ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ଏହି ବୈଠକରେ କୌଣସି ପଞ୍ଚାୟତ ନିର୍ବାହୀ ଅଧିକାରୀ ଉପସ୍ଥିତ ନଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ/ସଭ୍ୟା l ମୁଣ୍ଡିଗଡ଼, ଝିରିପାଣି ଏବଂ ବିଲାମାଳ ପଞ୍ଚାୟତକୁ ମାସରେ ଅର୍ଦ୍ଧାଧିକ ଦିନ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆସୁନଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ l ଗୁମା ପଞ୍ଚାୟତର ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ନିୟମିତ ଅଣ୍ଡା ବିତରଣ କରାଯାଉନାହିଁ ଏବଂ ଯେଉଁ ପୋକ ଲାଗିଥିବା ଛତୁଆ ଦିଆଯାଉଛି ବୋଲି ଅଭିଯୋଗ ହୋଇଛି l ସେହିପରି ଗ୍ରୀଷ୍ମ ଆଗମନ ପୂର୍ବରୁ ଗାଁ ଗାଁ ରେ ପାନୀୟ ଜଳ ଯୋଗାଣ ପ୍ରତି ସଜାଗ ରହିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଚେତାଇଥିଲେ ଜନପ୍ରତିନିଧି l ସେହିପରି ତୁମୁଡିବନ୍ଧ ବ୍ଲକରେ ଶିକ୍ଷକ ରାଜନୀତି ସୀମା ଟପିଲାଣି, ଗୋଟିଏ ଗୋଟିଏ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ରହି ଶିକ୍ଷକନେତା ମାନେ ରାଜନୀତି କରୁଛନ୍ତି, ତେଣୁ ସେମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ବିଭାଗୀୟ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ବ୍ଲକ ଅଧ୍ୟକ୍ଷା l ତେବେ ଏହି ବୈଠକରେ ଆଲୋଚ୍ୟ ବିଷୟର ତୁରନ୍ତ କାର୍ଯ୍ୟକାରିତା ପାଇଁ ବିଧାୟକ ଗୁରୁତ୍ୱାରୋପ କରିଛନ୍ତି l

ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment