ସାଙ୍ଗଠନିକ ଉତ୍ସବ ତଥା ନୂତନ ଭାବେ ନିୟୋଜିତ ହଇଥିବା ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସଭା

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଠାରେ ତୁମୁଡିବନ୍ଧ ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ସାଙ୍ଗଠନିକ ବୈଠକ ତଥ୍ ସହିତ ଭାବେ ନିଯୁକ୍ତି ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର, ମୁଖ୍ୟ ବକ୍ତା ଜିଲ୍ଲା ସଭାପତି ଲାଲୁ କୁମାର ମଲ୍ଲିକ, ସାନମାନିତା ଅତିଥି ଜିଲ୍ଲା କାର୍ଯକାରୀ ସଭାପତି ମାନସ କୁମାର ସାହୁ, ଜିଲ୍ଲା ସମ୍ପାଦକ ରମେଶ ଦଣ୍ଡସେନା,ବ୍ଲକ ସଭାପତି ଶ୍ରୀବତ୍ସ ପରିଛା ମଞ୍ଚାସିନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ, ପ୍ରଥମେ ଉତ୍କଳ ସଙ୍ଗୀତ ଉଚ୍ଚାରଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ ଅତିଥି ମାନଙ୍କ ଦ୍ଵାରା ଦ୍ୱୀପ ପ୍ରଜଳନ କରାଯାଇଥିଲା ତଥ୍ ପରେ ପୂର୍ବ ଦିନରେ ସ୍ଵର୍ଗାରୋହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଆତ୍ମା ର ଶାନ୍ତି ନିମନ୍ତେ ଗୋଟେ ମିନିଟ ର ନିରବ ପାର୍ଥନା କରି ସଭା କାର୍ଯ୍ୟ କୁ ଆରମ୍ଭ କରିଥିଲେ ମୁଖ୍ୟ ଅତିଥି ନୂତନ ଭାବେ ନିୟୋଜିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସ୍ବାଗତଂ କରିବା ସହିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଲାଗିଥିବା ଏକ୍ସ କ୍ୟାଡର ଉଛେଦ ନିମନ୍ତେ ସରକାରଙ୍କ ଦାବି ଉପସ୍ଥାପନା କରି ଏକ୍ସ କ୍ୟାଡର ଉଛେଦ କିପରି ହୋଇପାରିବ ସେଥିପ୍ରତି ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ର ପରିଶେଷରେ ବ୍ଲକ ସମ୍ପାଦକ ମୋହନ ମୁରାରୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ l
*ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ*

Comments (0)
Add Comment