ଖୋଲା ପାଣି ଟାଙ୍କି ପାଲଟିଛି ମରଣ ଯନ୍ତା, କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଗ୍ରାମବାସୀ ରୋଗରେ ଆକ୍ରାନ୍ତ ଆଶଙ୍କା

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଉପାନ୍ତ ଅଞ୍ଚଳ ହେଉଛି ଝିରିପାଣି I ଝିରିପାଣି ଅଞ୍ଚଳ ର ଅନେକ ଗ୍ରାମବାସୀ ପାନୀୟ ଜଳ ବ୍ୟବସ୍ଥା ରୁ ବଞ୍ଚିତ ରହିଥିବା ଦେଖିବାକୁ ମିଳିଛି I ଝିରିପାଣି ଅଞ୍ଚଳର ଲଲକୁଟି ଗ୍ରାମ ରେ ସରକାର ଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି କିନ୍ତୁ ସେହି ଟଙ୍କା ଜନସାଧାରଣ ଙ୍କ କାର୍ଯ୍ୟ ରେ ଲାଗୁନଥିବା ହୋଇଛି ଅଭିଯୋଗ I ଝିରିପାଣି ଅଞ୍ଚଳର ଲଲକୁଟି ଗ୍ରାମ ର ବହୁ ବର୍ଷ ପୂର୍ବରୁ ଗ୍ରାମବାସୀ ଙ୍କ ନିମନ୍ତେ ବସୁଧା ଯୋଜନାରେ ସାମିଲ ହୋଇଥିଲା ଲଲକୁଟି ଗ୍ରାମ କିନ୍ତୁ ଆଜକୁ ବହୁ ବର୍ଷ ବିତ୍ତି ଯାଇଥିଲେ ମଧ୍ୟ କାର୍ଯ୍ୟ ସରିପାରୁନି କିନ୍ତୁ ବସୁଧା ଯୋଜନା ନିମନ୍ତେ ହୋଇଥିବା ଟାଙ୍କି ଖୋଲା ଛଡ଼ାଯାଇଛି ଯାହା ଦ୍ଵାରା ସେହି ଖୋଲା ଟାଙ୍କି ରେ ଗ୍ରାମ ର ପଶୁ ପକ୍ଷୀ ଓ ମଣିଷ ଙ୍କ ମରଣ ଯନ୍ତା ପାଲିଟିଛି ଏହି ବାବଦରେ କନିଷ୍ଠ ଯନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ କି ଠିକାଦାର ଙ୍କୁ ତ କୁହାହେଇଛି ଆଉ କଣ କରିପାରିବି ତେବେ ଏହା ସ୍ପଷ୍ଟ ଜଣାପଡୁଛି ଯେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ଭିତରେ ମଧୁଚନ୍ଦ୍ରିକା ପାଦରେ ପଡିଛି l ତେବେ ଦେଖିବାକୁ ବାକିରହିଲା କେବେ ଖୋଲା ପାଣିଟାଙ୍କିରେ ପଡୁଛି ଘୋଡଣି l

ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment