ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଭତା ଘୋଟାଲା, ୧୦୦ରୁ ୨୦୦ ଟଙ୍କା କମ ଦେଇ ହଟ ହଟା ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଏକ ଉପାନ୍ତ ପଞ୍ଚାୟତ ଭାବେ ପରିଚିତ ବେଲଘର ପଞ୍ଚାୟତ l ଏହି ପଞ୍ଚାୟତରେ ୭୫ପ୍ରତିଶତ ରୁ ଅଧିକ କୁଟିଆ କନ୍ଧ ଜାତିର ବସବାସ କରନ୍ତି l ଏମାନେ ଜାଣନ୍ତନି ଶିକ୍ଷା କଣ ? ଏହାର ପୁରା ଫାଇଦା ଉଠାଉଛନ୍ତି ସରକାରୀ ଅଧିକାରି ଗଣ l ଏହାର ଜଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତରେ l  ବାର୍ଦ୍ଧକ୍ୟ ଭତା ବଣ୍ଟନ କରାଯାଉଥିଲା ଏହି ସମୟରେ କିଛି ବୃଦ୍ଧ ବୃଦ୍ଧା ନିଜର ଭତା ଖାତା ଧରି ନିଜର ଭତା ଆଣିବା ସମୟରେ ୧୪ସହ ଟଙ୍କା ବଦଳରେ କାହାକୁ ୧୨ସହ ଟଙ୍କା ତ ଆଉକାହାକୁ ୧୧ ସହ ଟଙ୍କା ଦେଇ ଅତି ଚତୁରତା ସହ  ଟଙ୍କା ହଡ଼ପ କରିବା ଅଭିଯୋଗ ପରେ ବେଲଘର ସରପଞ୍ଚ  ଗୋବିନ୍ଦ ମାଝୀ ସମସ୍ତ କାଗଜ କୁ ଛଡ଼ାଇ ଆଣି ଏହାକୁ ବିରୋଧ କରିଥିଲେ|  ଗିରିଜା ଚରଣ ପଣ୍ଡା ନିଜ ଦୋଷ କୁ ଲୁଚାଇବା ପାଇଁ ବିଭିନ୍ନ ପ୍ରକାର ବାହାନା ଵାଜି ଦେଖେଇ ଦୋଷ ମୁକ୍ତ ହେବାପାଇଁ ଚେଷ୍ଟା  କରୁଥିବା ସମୟରେ ପଞ୍ଚାୟତ ରେ ଉପସ୍ଥିତ ଥିବା କିଛି ଯୁବକ ଉକ୍ତ VLW ଙ୍କୁ ଏହି ବାବଦରେ ପଚାରି ହଟ ହଟା ହେବା ଦୃଶ୍ୟ ନଜିର ରହିଛି l ବର୍ତ୍ତମାନ ନୂତନ ସରକର କୁଟିଆ ଆଦିବାସୀଙ୍କ ପାଇଁ ଏତେ ସବୁ ବ୍ୟବସ୍ତା କଲା ପରେ ମଧ୍ୟ ଏଭଳି ନିରୀହ କୁଟିଆ କନ୍ଧ ଙ୍କୁ ଏହିଭଳି ଦୁର୍ନୀତି କରୁଛନ୍ତି ତେବେ କାହା ଛତ୍ର ଛାୟା ତଳେ ରହି ଏହିଭଳି ଦୁର୍ନୀତିରେ ଲିପ୍ତ ଅଛନ୍ତି VLW ଗିରିଜା ଚରଣ ପଣ୍ଡା l ତେବେ ଦେଖିବାକୁ ବାକି ରହିଲା କେବେ ତୁମୁଡିବନ୍ଧ ବ୍ଲକ ପ୍ରଶାସନ ଏହିଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ଉପରେ ନେବେ ଦୃଢ କାର୍ଯ୍ୟାନୁଷ୍ଠାନ l

ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

Comments (0)
Add Comment