୨୯ରେ ବାଲିଗୁଡ଼ା ଓକିଲ ସଂଘ ନିର୍ବାଚନ
ବାଲିଗୁଡ଼ା-(କୋଶଲ ନ୍ୟୁଜ୍):-ସାରା ରାଜ୍ୟରେ ଓଳିଲ ସଂଘ ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ ପରାମର୍ଶକ୍ରମେ ବାଲିଗୁଡ଼ା ଓକିଲ ସଂଘର ୨୦୨୫-୨୦୨୬ ବର୍ଷ ପାଇଁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧକ୍ଷ ଓ ଲାଇବ୍ରେରୀ ସମ୍ପାଦକ ପଦବୀ ଲାଗି ନିର୍ବାଚନ ସକାଶେ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । ବାଲିଗୁଡ଼ା ଓକିଲ ସଂଘର ନିର୍ବାଚନ ସୁପରିଚାଳନା ପାଇଁ ନିର୍ବାଚନ ଅଧିକାରୀ ରୂପେ ଆଇନଜୀବୀ ସେଖ୍ ଆନିସୁଦିନ ନିର୍ବାଚନ ଅଧିକାରୀ ରୂପେ ନିଯୁକ୍ତି ପାଇଛନ୍ତି l ପ୍ରଥମ ଦିନରେ ସଭାପତି ପଦବୀ ପାଇଁ ଆଇନଜୀବି ଟି ହରିଶ ଚନ୍ଦ୍ର ରାଓ ଏବଂ ଉପ ସଭାପତି ପଦବୀ ପାଇଁ ଆଇନଜୀବି ରାମକୃଷ୍ଣ ଦାସ ନିର୍ବାଚନ ଅଧିକାରୀ ଆଇନଜୀବି ସେଖ ଆନିସୁଦିନ ଙ୍କ ନିକଟରେ ପ୍ରାର୍ଥ ପତ୍ର ଦାଖଲ କରିଛନ୍ତି l
ବାଲିଗୁଡ଼ା ଓକିଲ ସଂଘର ବିଭିନ୍ନ ପଦପଦବୀ ନିର୍ବାଚନ ପାଇଁ ଆଜି ୫ ତାରିଖ ଠାରୁ ୭ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୮ତାରିଖରେ କେଉଁ ପଦବୀରେ କିଏ ନାମାଙ୍କନ ପତ୍ର ଦାଖଲ କରିଥିବା ସେହି ପ୍ରାର୍ଥୀଙ୍କ ନାମ ପ୍ରକାଶ, ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୧୦ ତାରିଖରେ ବୈଧ ପ୍ରାର୍ଥୀ ତାଲିକା ଘୋଷିତ, ୧୨ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ୧୩ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ୨୯ ତାରିଖରେ ମତଦାନ ଓ ଉକ୍ତ ଦିନ ଫଳାଫଳ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇ ଛନ୍ତି l
ରିପୋର୍ଟ -ସାମୁଏଲ ପ୍ରଧାନ