୯ମାସ ହେବ ହେଲାଣି ଭତ୍ତା ମଞ୍ଜୁର କିନ୍ତୁ ଭତ୍ତା ପାଇବାରୁ ବଞ୍ଚିତ ବଣ୍ଡ ମାଝି

ତୁମୁଡିବନ୍ଧ (କୋଶଲ ନ୍ୟୁଜ୍):-ନଅ ମାସ ବିତିଲାଣି ଭତ୍ତା ମଞ୍ଜୁର ହୋଇ କିନ୍ତୁ ପାଇ ପାରୁନାହାନ୍ତି କୁଟିଆ ବଣ୍ଡ ମାଝୀ ।ଏପରି ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ଝିରିପାଣି ପଂଚାୟତର ସୁରାଙ୍ଗ ବାରୁ ଗ୍ରାମରେ ଦେଖିବା କୁ ମିଳିଛି।ସେ ହେଉଛନ୍ତି ସୁରାଙ୍ଗ ବାରୁ ଗ୍ରାମର ବଣ୍ଡ ମାଝି।ପାଇ ଥିବା ସୂଚନା ଅନୁସାରେ ଝିରିପାଣି ପଂଚାୟତର ସୁରାଙ୍ଗ ବାରୁ ଗ୍ରାମର ବଣ୍ଡ ମାଝୀ ବୟସ ୬୫ବର୍ଷ ସ୍ତ୍ରୀ ଭଜ ମାଝି ଦୁଇ ଜଣ ବୃଦ୍ଧା ବୃଦ୍ଧ ଭଙ୍ଗା ଝାଟି ମାଟି ଘରେ ରୁହନ୍ତି।ଝିଅ ପୁଅ ନାହାନ୍ତି।ବୃଦ୍ଧ ବୟସରେ କାମଦାମ କରିବାରେ ସକ୍ଷମ ନୁହଁନ୍ତି। ଓଳିଏ ଖାଇବା କୁ ପାଇଲେ ଓଳିଏ ଉପାସରେ ରହିବାକୁ ପଡ଼େ।ଯାହା ଫଳରେ ଅଭାବରେ ଜୀବନ କାଟୁଛନ୍ତି ଉଭୟେ ଦମ୍ପତି।ଏହାରି ଭିତରେ ୨୦୨୩ ମସିହା ନଭେମ୍ବର ମାସରେ ଭତ୍ତା ଆବେଦନ କରିଥିଲେ।ତାହା ୨୦୨୪ମସିହା ଜୁନ ମାସରୁ ମଞ୍ଜୁର ହୋଇ ସାରିଛି l ଏବଂ ପ୍ରତିମାସ ବଣ୍ଡ ମାଝୀଙ୍କ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ପଞ୍ଚାୟତକୁ ଟଙ୍କା ଯାଏ ବୋଲି ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌମ୍ୟ ରଞ୍ଜନ ସାହୁ କହିଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ବଣ୍ଡ ମାଝି ଙ୍କୁ ଭତ୍ତା ଟଙ୍କା ଦିଆ ନ ଯାଇ  ଭତ୍ତା ହୋଇ ନାହିଁ କହି କାହିଁକି ଫେରାଇ ଦିଅନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ତାହା ପ୍ରଶ୍ନବାଚୀ । କୌଣସି କ୍ଷେତ୍ରରେ ସାହାଯ୍ୟ ସହଯୋଗ ନପାଇ ଭତ୍ତା ଟଙ୍କାକୁ ଚାତକ ଭଳି ଚାହିଁ ବସିଛନ୍ତି ବଣ୍ଡ ମାଝୀ l ହେଲେ ତଳ ଦିନରେ ଆଦିମ ଜନଜାତିର ସାମୁହିକ ବିକାଶ ପାଇଁ ସରକାର ପ୍ରତି ପଂଚାୟତରେ ପ୍ରଧାନମନ୍ତ୍ରୀ ଜନ ମନ ଯୋଜନାରେ ସଚେତନ ଶିବିର ମାନ କରା ଯାଇଛି।ସେଥିରଫଳ ଏହାକି ବୋଲି ସାଧାରଣରେ ପ୍ରଶ୍ନ ବାଚି ଅଟେ।ଅଜ୍ଞ ଓ ନିରୀହ କୁଟିଆ ଆଦିମ ଜନଜାତି ବୃଦ୍ଧ  ବଣ୍ଡ ମାଝିର ନଅ ମାସର ଭତ୍ତା ଦିଆ ନ ଯିବା ଏକ ଦୁଃଖର ବିଷୟ ବୋଲି ଗ୍ରାମବାସୀ ଙ୍କ ମତ ।ଏହି ବାବଦରେ ବଣ୍ଡ ମାଝି ଙ୍କୁ ପଚାରିବାରୁ ସେ  ଭତ୍ତା ଦିଆ ଯାଉଛି ବୋଲି ଖବର ପାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଗଲେ ଭତ୍ତା ହୋଇ ନାହିଁ କହି ମନା କରି ଦିଅନ୍ତି।ମୁଁ ନିରାଶ ହୋଇଭୋକ ଉପାସରେ ବଡ଼ କଷ୍ଟରେ ଗାଁ କୁ ଫେରେ ବୋଲି କହିଛନ୍ତି ବଣ୍ଡ ମାଝୀ ।ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଲେଖ ଚନ୍ଦ୍ର ପ୍ରଧାନ ଙ୍କୁ ପଚାରିବାରୁ ସେ ମୁହଁ ଟାଣକାରୀ ଭତ୍ତା ଟଙ୍କା ଦିଆଯିବ ବୋଲି କହିଛନ୍ତି।ଏପରି ଘଟଣାରେ ବ୍ଳକ ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ

Comments (0)
Add Comment