ବାଲିଗୁଡ଼ା-(କୋଶଲ ନ୍ୟୁଜ୍):-ରାଜ୍ୟ ସରକାର ଙ୍କ ତରଫରୁ ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଇକୋ ରି ଟ୍ରି ଟ ଠାରେ ଦୁଇ ଦିନିଆ ଇନଭେଷ୍ଟ କନ୍ଧମାଳ-୨୦୨୫ ପୁଞ୍ଜି ନିବେସକାରୀ ସମ୍ମିଳନୀ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l କନ୍ଧମାଳ ଜିଲ୍ଲାପାଳ ଡଃ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ, ଜିଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ,ରୀନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ,ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ।ଏହି ପୁଞ୍ଜିନିବେଶ ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ପାଖାପାଖି ୮୦ ଜଣ ପୁଞ୍ଜି ନିବେଶକାରୀ ଏହି ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେଇଛନ୍ତି l ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ପୁଞ୍ଜି ନିବେଶକାରୀ ମାନଙ୍କୁ ଜିଲ୍ଲାର କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ କାରୀ ମାନେ ପୁଞ୍ଜିନିବେଶ କରିପାରିବେ ସେଥିପାଇଁ ସରକାରଙ୍କ ତରଫରୁ କଣ କଣ ସୁଵିଧା ସୁଯୋଗ ଯୋଗାଇ ଦିଆଯିବ ସେ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ l ରାଜ୍ୟରେ ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ କନ୍ଧମାଳ ଜିଲ୍ଲା ର ଦାରିଙ୍ଗବାଡିରେ ଏଭଳି କାର୍ଯ୍ୟକ୍ରମକୁ ଆସି ଖୁସି ପ୍ରକାଶ କରି କନ୍ଧମାଳ ଜିଲ୍ଲାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି l ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାଦ୍ୱାରା ଜିଲ୍ଲାର ସାମୁହିକ ବିକାଶ ହେବ ଓ ସ୍ଥାନୀୟ ଜନସାଧାରଣ ମାନେ ମଧ୍ୟ ଉପକୃତ ବୋଲି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି l କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଋତୁରାଜ ଏହି ପୁଞ୍ଜିପତି ସମ୍ମିଳନୀରେ ଯୋଗ ଦେଇ ଥିବା ପୁଞ୍ଜି ନିବେଶକାରୀ ମାନେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଜିଲ୍ଲାରେ ଦୁଇ ଶହ କୋଟି ଟଙ୍କା ବିନିଯୋଗ କରିବା ନେଇ ଆଗ୍ରହ ପ୍ରକାଶ ସୂଚନା ଦେଇଛନ୍ତି l ଭୁବନେଶ୍ବର ରୁ ଆସିଥିବା ପୁଞ୍ଜି ନିବେଶ କାରୀ ତଥା ୟୁ ଟ୍ୟୁବର ରୋଜିସ କିଚେନ ର ମାଲିକାଣୀ ସରୋଜା ଚୌଧରି ଦାରିଙ୍ଗବାଡି ତଥା କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ହେଉଛି ତାଙ୍କୁ ସୁଯୋଗ ମିଳିଲେ ସେ କନ୍ଧମାଳ ଜିଲ୍ଲାରେ ମିଲେଟ ଖାଦ୍ୟ ଓ ଅଞ୍ଚଳରେ ମିଳୁଥିବା ବିଭିନ୍ନ ପ୍ରକାରର ଖାଦ୍ୟ ଉପରେ ଫୁଡ଼ ପ୍ରୋସେସିଂ ୟୁନିଟରେ ନିବେଶ କରିବେ ବୋଲି ପ୍ରକାଶ କରିଛନ୍ତି l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ରାଜ୍ୟ ବିଜେପି ସମ୍ପାଦକ ସାରଦା ଶତପଥୀ ଓଡ଼ିଶା ଚାମ୍ବର ଅଫ କମର୍ସ ର ସଭାପତି ତାପସ କୁମାର ପଣ୍ଡା, ଅର୍ଚିଡ଼ ବାୟ ଟେକ ର ମୁଖ୍ୟ ନିର୍ଦ୍ଧେଶକ କିଶୋର କୁମାର ସୁତାର, ଦାରିଙ୍ଗବାଡି ବ୍ଲକ ବିଡିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଶରତ ଶବର ଦାରିଙ୍ଗବାଡି ଅଞ୍ଚଳର ଯୁବ ଉଦ୍ୟୋଗୀ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ନେଇ ଥାନା ଅଧିକାରୀ କନକ ମାଝୀ ଙ୍କ ତତ୍ୱବାଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ-ସାମୁଏଲ ପ୍ରଧାନ