ତୁମୁଡିବନ୍ଧ ବିଦେଶୀ ମଦ ଦୋକାନ ରୁ ଶହ ଶହ ମଦ ଯାଉଛି ଗ୍ରାମାଞ୍ଚଳକୁ, ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରେ ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକନ ରୁ ମଦ ଚୋରାଚାଲାଣ ବେଳେ ମାଡ଼ିବସିଲା ତୁମୁଡିବନ୍ଧ ପୋଲସ l ଏଭଳି ଘଟଣା ଆଜି ଗୁରୁବାର ଦେଖିବାକୁ ମିଳିଛି l ସୂଚନା ପ୍ରକାରେ ତୁମୁଡିବନ୍ଧ ଆମ୍ବେଦକର ଛକ ଠାରେ ଥିବା ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକନରୁ ଏପି ୩୫ ଟିବି ୧୭୮୫ ନମ୍ବର ଥିବା ଏକ ବୋଲେରୋ ଗାଡ଼ିରେ ବିଦେଶୀ ମଦ ବୋଝେଇ ତୁମୁଡିବନ୍ଧ ଥାନା ଅନ୍ତର୍ଗତ କୁର୍ତମଗଡ଼ ପାଞ୍ଚାୟତ ର ଆଶାକିରଣ ଛକ ର ଏକ କିରାଣୀ ଦୋକାନ କୁ ମଦ ଯୋଗାଇ ଦେଇ ଫେରି ଆସିଥିଲେ ତୁମୁଡିବନ୍ଧ ମଦ ଦୋକାନକୁ l ଏହି ଖବର କିଛି ଗଣମାଧ୍ୟମ ପ୍ରତିନିଧି ମାନେ ଜାଣିପାରି ଖବର ଟିକୁ ପ୍ରସାରଣ କରିବା ପାଇଁ ସମ୍ପୃକ୍ତ ମଦ ଦୋକାନରେ କାର୍ଯ୍ୟରତ ଥିବା କିଛି ଅଣ ଓଡ଼ିଆ କର୍ମଚାରୀ ଙ୍କୁ ପଚାରି ଥିଲେ l ଏହି ସମୟରେ ସୂଚନା ଦେବା ବଦଳରେ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରିଥିଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ l ଅନ୍ୟପକ୍ଷ ରେ କୁର୍ତମଗଡ଼ ରେ ବେଆଇନ ଭାବରେ ଯୋଗାଇ ଦିଆଯାଇଥିବା ମଦ ବିକ୍ରି ହେଉଥିବା ଦୋକାନ କୁ ଯାଇ ତୁମୁଡିବନ୍ଧ ପୋଲିସ ମଦ ଜବତ କରିଛି ଏବଂ ମଦ ଯୋଗାଇବାରେ ନିୟୋଜିତ ହୋଇଥିବା ବୋଲେରୋ ଘଟଣା ସ୍ଥଳ ରୁ ଖସି ପଳାଇଛି l ତେବେ ଘଟଣା ସ୍ଥଳ ରୁ ଖସି ପଳାଇଥିବା ବୋଲେରୋ କୁ ଖୋଜିବାରେ ଲାଗିଛି ତୁମୁଡିବନ୍ଧ ପୋଲିସ l ତେବେ ବିଗତ ଦିନରେ ଏହି ବିଦେଶୀ ମଦ ଦୋକାନରେ ନକଲି ମଦ କରବାର ଏବଂ ବିନା ବିଲ ରେ ମଦବିକ୍ରି ଓ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ରହିଅଛି l ତୁମୁଡିବନ୍ଧ ବ୍ଲକ ର ୧୧ ଗୋଟି ପଞ୍ଚାୟତ ର ତୁମୁଡିବନ୍ଧ ରେ ଥିବା ଏକ ମାତ୍ର ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ ହୋଇଥିବାରୁ ଏହାର ବେଶ ଫାଇଦା ଇଠିବାରେ ଲାଗିଛି l ସରକାରୀ ଅବକାରୀ ନିୟମକୁ ବେଖାତିରି କରି ଦିନ ରାତି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଅଣଓଡ଼ିଆ ମାନେ ରଖିଥିବା ବୋଲେରୋ ରେ ବୋଝେଇ ଯୋଗାଉଛି ବିଦେଶୀ ମଦ l ସେହି ମଦ ଅସଲିକି ନକଲି କିମ୍ବା ଉତ୍ପାଦ କାଳୀନ ତାରିଖ ଠାରୁ ସେବନ ତାରିଖ ଠିକ ଅଛିକି ନାହିଁ ତାହା ଅସ୍ପଷ୍ଟ ଏଟେ l ଗାଁ ଗହଳି ରେ ରହୁଥିବା ନିରୀହ ଗରିବ ଲୋକମନେ ଉକ୍ତ ମଦକୁ ସେବନ କରି ସ୍ୱାସ୍ଥ୍ୟ ଗତ ସମସ୍ୟା ରେ ଗୁରୁତର ହୋଇ ମୃତ୍ୟୁ ମୁଖରେ ପଡ଼ି ଥିବା ନଜିର ରହିଛି l ବିଭିନ୍ନ ସମୟରେ ଏହି ବାବଦରେ ଅଭିଯୋଗ ହୋଇଥିଲେ ମଧ୍ୟ ଅବକାରୀ ବିଭାଗ ତରଫରୁ କୌଣସି ଆଖି  ଦୃଷ୍ଟିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ଅଭିଯୋଗ କୁ ନେଇ ଅବକାରୀ ବିଭାଗ ଓ ମଦ ଶୋକନୀ ଙ୍କ ମଧୁଚନ୍ଦ୍ରିକା ରହିଥିବା ଚର୍ଚ୍ଚା ହୋଇଛି l ଏହି ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଚୋରା ଭାବରେ ଯୋଗାଉଥିବା ମଦ ତୁମୁଡିବନ୍ଧ ପୋଲିସ ଜବତ କରିଛି ତେବେ ଆମେ ଆଉ କଣ ପଦକ୍ଷେପ ନେବୁକହି ଅତି ହାଲୁକା ଭାବରେ ଘଟଣା ଟିକୁ ନେଇ ଫୋନ୍ ଟିକୁ କାଟିଦେଇଥିଲେ l ଏହି ଘଟଣାରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଘଟଣା ସ୍ଥଳ କୁ ଯାଇ ୨୨ଲିଟର ୫୦୦ (୩୯ଟି କେନ ଓ ୪ବାଟଲ) ମଦ ଜବତ କରି ୯୫/୨୫ରେ ଏକ ମାମଲା ରୁଜୁ କରିବା ଶହ ମାଡଦୋକାନ ରେ କାର୍ଯ୍ୟରତ ଜଣେ ଅଣ ଓଡ଼ିଆ କର୍ମଚାରୀ କୁ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ପକ୍ଷରୁ ସୂଚନା ମିଳିଛି l

ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment