ତୁମୁଡିବନ୍ଧ(କୋଶଲ ନ୍ୟୁଜ୍) ତୁମୁଡିବନ୍ଧ ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା l ଦୁର୍ଘଟଣାର ଶିକାର କେଉଁଦିନ ଗାଈ ପୋଲକୁ ହେବାକୁ ପଡୁଛି ଗାଈ ପୋଲ କୁ ସୁରକ୍ଷା ଦେବାକୁ ଯାଇ କେଉଁଦିନ ବାଇକ ଚାଳକ କୁ ହେବାକୁ ପଡୁଛି l ଏପରି ଘଟଣା ଦିନକୁ ଦିନ ଅଞ୍ଚଳ ପାଇଁ ଚିନ୍ତାର ବିଷୟ ପାଲଟିଛି l ତୁମୁଡିବନ୍ଧ ରାସ୍ତା ଦେଇ ପ୍ରତେକ ଦିନ ଶହ ଶହ ମାଲ ବୋଝେଇ ଟ୍ରକ ଯାତାୟାତ କରୁଛି l ଶତାଧିକ ବସ ଯାତାୟାତ କରୁଛି ଏକ ହଜାର ରୁ ଉର୍ଦ୍ଧ ବାଇକ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି l ତୁମୁଡିବନ୍ଧ ଅଞ୍ଚଳର ମାଲିପଡ଼ା ଛକରୁ ଏପଟେ ଜଳେଶପଟା ଓ ମୁଣ୍ଡିଗଡ ଛକ ପର୍ଯ୍ୟନ୍ତ ରାସ୍ତାରେ ମାଳ ମାଳ ଗାଈ ପୋଲୋ ଶୋଇଥିବାର ଦେଖିବାକୁ ମିଳୁଛି l ରାତି ସମୟରେ ମାଲ ବୋଝଇ ଟ୍ରକ ଦ୍ରୁତ ଗତିରେ ଯାଉଛି ସେ ସମୟରେ ରାସ୍ତାରେ ସୋଇଥିବା ଗାଈ ଗୁଡିକୁ ଟ୍ରକ ଉପରେ ଚଢେଇ ଦେଇ ଯାଉଛି ଯେଉଁଥିପାଇଁ ଉକ୍ତ ଘଟଣାଟି ଗ୍ରାମ ପଞ୍ଚାୟତ ପ୍ରଶାସନ କୁ ମୁଣ୍ଡ ବ୍ୟଥା ର କାରଣ ହେଉଛି l ବେଳେବେଳେ ଦ୍ରୁତଗତିରେ ଆସୁଥିବା ଟ୍ରକ ଗୁଡିକ ରାସ୍ତାରେ ଶୋଇଥିବା ଗାଈ ପୋଲୋ କୁ ବଞ୍ଚାଇବାକୁ ଯାଇ ନିଜେ ଟ୍ରକ ଦୁର୍ଘଟଣା ର ଶିକାର ହେଉଛି l ଗତ ଦିନରେ ତୁମୁଡିବନ୍ଧ ଅଞ୍ଚଳରେ ଅନେକ ଏମିତି ଦୁର୍ଘଟଣା ଘଟିଛି l ଗାଈ ବଞ୍ଚିଥିବା ପର୍ଯ୍ୟନ୍ତ ମାଲିକ ମୋର ବୋଲି ଦାବି କରୁଛନ୍ତି କିନ୍ତୁ ଗାଈ ଦୁର୍ଘଟଣା ର ଶିକାର ହେବାପରେ ରାସ୍ତାରେ ମରି ପଡ଼ିଥିବା ଗାଈ କୁ କାଳେ ପ୍ରଶାସନ ଉଠେଇବାକୁ କହିବ ବୋଲି ଭାବି ମାଲିକ ମାନେ ମୁଁହ ଲୁଚାଉଛନ୍ତି ଯାହାଦ୍ୱାରା ପଞ୍ଚାୟତ ପ୍ରଶାସନ ନିଜସ୍ୱ ପାଣ୍ଠିରୁ ଅର୍ଥ ବ୍ୟୟ କରି ପଡ଼ିଥିବା ଗାଈ କୁ ରାସ୍ତାରୁ ହଟେଇବାକୁ ପଡୁଛି l ତୁମୁଡିବନ୍ଧ ଗ୍ରାମ ପଞ୍ଚାୟତରେ ପୂର୍ବରୁ ଅମାନିଆ ଗାଈ କୁ ତାଗିଦ କରିବା ପାଇଁ କାଞ୍ଜିଆଉଦା ର ବ୍ୟବସ୍ଥା କରାଯାଉଥିଲା l କାଞ୍ଜିଆଉଦା ର ଅର୍ଥ ହେଉଛି ଯେଉ ଅମାନିଆ ଗାଈ ରାସ୍ତାରେ ବୁଲନ୍ତି କିମ୍ବା ଅନ୍ୟର ବିଲରେ ମୁହଁ ମାରି ଶସ୍ୟ ନଷ୍ଟ କରିଦେଇଥାନ୍ତି ସେ ଅମାନିଆ ଗାଈ କୁ କାଞ୍ଜିଆଉଦାରେ ଭର୍ତି କରାଯାଉଥିଲା l କିଛି ଦିନ ପରେ ଗାଈ ମାଲିକ ଗାଈ ଖୋଜୁଥିଲା ଯଦି ବାହାରେ କଉଠି ପାଇବନି ତେବେ ସେ କାଞ୍ଜିଆଉଦା ଆସି ପଞ୍ଚାୟତ ପ୍ରଶାସନର ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଫାଇନ ରାଶି ଦେଇ ନିଜ ଗାଈ କୁ ମୁକୁଳାଇ ନେଇଯାଉଥିଲେ l ହେଲେ ବର୍ତ୍ତମାନ ସମୟରେ ସେସବୁ ବ୍ୟବସ୍ଥା ବନ୍ଧ ହେଇଥିବା ହେତୁ ରାସ୍ତାରେ ମାଳ ମାଳ ଗାଈ ବୁଲୁଛନ୍ତି ଯେଉଁଟା ଦୁର୍ଘଟଣା ର କାରଣ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ କହିଛନ୍ତି l ଏପରି ବ୍ୟବସ୍ଥା କୁ ପୁନଃଲାଗୁ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି l
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ