ତୁମୁଡିବନ୍ଧ (କୋଶଲ ନ୍ୟୁଜ୍)ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ବନ୍ଦ ଡାକରାରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସମ୍ପୂର୍ଣ ବନ୍ଦ ଥିବା ଆଜି ଗୁରୁବାର ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଳକ କଂଗ୍ରେସ କମିଟିର ସମସ୍ତ କର୍ମୀ ପୂର୍ବାହ୍ନ ୬ଘଣ୍ଟା ସମୟରେ ତୁମୁଡିବନ୍ଧ ଆମ୍ବେଦକର ଛକ ଠାରେ ଏକତ୍ରିତ ହୋଇ ଗୋପାଳ ପୁର ଠାରୁ ରାୟପୁର କୁ ସଂଯୋଗ କରୁଥିବା ୫୯ନମ୍ବର ଜାତୀୟ ରାଜପଥ ଏବଂ ତୁମୁଡିବନ୍ଧ ଠାରୁ ରାୟଗଡ଼ା କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କୁ ଷ୍ଟଫ ପୋଷ୍ଟ ,କାଠ ଓ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ଏହା ସହିତ କର୍ମୀମାନେ ତୁମୁଡିବନ୍ଧର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡ଼ିକକୁ ପିକେଟିଂ କରି ବନ୍ଦ କରିଥିବା ଦେଖିବାକୁ ମିଳିଥିଲା। ଦୋକାନ ବଜାର ସହିତ ସ୍କୁଲ ,କଲେଜ,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଥଲା। ଆମ୍ବେଦକର ଛକର ତିନି ପାର୍ଶ୍ଵରେ ଦୁଇଚାକିଆ ଯାନ ଠାରୁ ଆରମ୍ଭ କରି ଭାରୀ ଯାନ ଗୁଡ଼ିକ ମଧ୍ୟ ଅଟକି ରହିଥିବା ଦେଖିବା କୁ ମିଳିଛି । ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଥିବା ନଜର ରହିଛି । ଏହି ବନ୍ଦ ଡାକରା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ରାମକୃଷ୍ଣ ପାଢ଼ୀ ମୋହନ ସରକାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ପୁରା ବିଫଳ। ଏଫ ଏମ କଲେଜରେ ପଢ଼ୁଥିବା ମେଧାବୀ ଛାତ୍ରୀ ସୌମ୍ୟାଶ୍ରୀ ଙ୍କୁ ଜଣେ ଅଧ୍ୟାପକ ମାନସିକ ନିର୍ଯାତନା ଦେବା ବିଷୟରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ସାଂସଦ ,ବିଭାଗୀୟ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ନ୍ୟାୟ ପାଇବା ପାଇଁ ପିଡ଼ିତା ଜଣାଇବା ପରେ ମଧ୍ୟ ବିଫଳ ହେବା ଏବଂ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ହୋଇ ଆତ୍ମହୁତି ଦେବା ଘଟଣା ସୁଚାଉଛି ଯେ, ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଛି । ଏବଂ ସୁରକ୍ଷା ଦେବାରେ ସରକାର ବିଫଳ ହୋଇଛନ୍ତି । ତେଣୁ ସୌମ୍ୟାଶ୍ରୀ ଙ୍କୁ ଉଚିତ ନ୍ୟାୟ ଦିଆଯାଉ ବୋଲି ଦାବି କରିବା ସହ ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ମାନ ଦେଇ ୫ ନମ୍ବର ରାଜ୍ୟରଜପଥ ଅବରୋଧ ରେ ବସିଥିଲେ। ତୁମୁଡିବନ୍ଧ ବ୍ଳକ କଂଗ୍ରେସ ସଭାପତି ଗିରିଶ ଚନ୍ଦ୍ର ପରାସେଠ,ପ୍ରଦେଶ କଂଗ୍ରେସ ଏସ ସି ମୋର୍ଚ୍ଚା ର ଅଧ୍ୟକ୍ଷ ହୀରସିଂ ମଣ୍ଡଳ ,ପ୍ରଦେଶ କଂଗ୍ରସେ କମିଟି ସଦସ୍ୟ ରାମକୃଷ୍ଣ ପାଢ଼ୀ,ଜିଲ୍ଲା ଉପ ସଭାପତି ଶ୍ୟାମସୁନ୍ଦର ବଡ଼ସେଠ,ବ୍ଳକ କୋଷାଧ୍ୟକ୍ଷ ଉପେନ୍ଦ୍ର ମହାପାତ୍ର ,ତୁମୁଡିବନ୍ଧ ପଂଚାୟତ ସଭାପତି ଧ୍ରୁବେନ୍ଦ୍ର ନାୟକ, ବଙ୍ଗାଳି ବଡ଼ ସେଠ ଓ ତୁମୁଡିବନ୍ଧ ବ୍ଳକ ର ସମସ୍ତ କର୍ମୀ ଉପସ୍ଥିତ ଥିବା ସହ ସୁରକ୍ଷା ଦୃଷ୍ଟିରୁ ତୁମୁଡିବନ୍ଧ ପୋଲିସ ବିଭିର୍ନ ସ୍ଥାନରେ ସ୍ଥାନରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ