ତୁମୁଡିବନ୍ଧ-(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଳକ ବେଲଘର ଠାରେ ଆଜି ଶନିବାର ଅପରାହ୍ନ ସାଢେ ଚାରି ଘଣ୍ଟାରେ G/127 BN ସି ଆର ପି ଏଫ କ୍ୟାମ୍ପ ବେଲଘର ତରଫରୁ ଏକ ସିଭିକ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କମାଣ୍ଡାଣ୍ଟ ପଙ୍କଜ ବର୍ମା ଓ ତାଙ୍କ ଧର୍ମ ପତ୍ନୀ ସୀମା ବର୍ମା ଯୋଗ ଦେଇଥିଲେ। ଅସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୀତମ୍ମା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସେହିପରି ଇନିସ୍ପେକ୍ଟର ମାନସ ସୁନ୍ଦର ରାୟ ଏବଂ ଇନିସ୍ପେକ୍ଟର ନକୁଳ କୁମାର ମଲ୍ଲିକ ଓ ଯବାନ ମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ବର୍ମା କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ସିଭିକ ଆକ୍ସନ ପ୍ରୋଗ୍ରାମ ର ଉଦେଶ୍ୟ ଓ ଲକ୍ଷ ବିଷୟରେ ନିପୁଣ ଭାବରେ ବୁଝାଇଥିଲେ। ସେହି ଉଦେଶ୍ୟ ଓ ଲକ୍ଷ ହେଲା ଏହି ବେଲଘର ଅଂଚଳର ଜନସାଧାରଣଙ୍କ ସହିତ ଉତମ ସମ୍ପର୍କ ସ୍ଥାପନ ରଖିବା ଏବଂ ଯୁବ ପିଢ଼ିଙ୍କୁ ସମାଜର ଠିକ ମାର୍ଗରେ ନେଇ ମୁଖ୍ୟ ସ୍ରୋତରେ ସାମିଲ କରି ସ୍ୱାବଲମ୍ବୀ ହେବା ଭଳି ସଚେତନତା ସୃଷ୍ଟି କରିବା । ଏହା ପରେ ମୁଖ୍ୟ ଅତିଥି ବର୍ମା ଝାଲି ପଡ଼ା ଗ୍ରାମର ମହିଳା ସ୍ୱୟଂ ସହାୟକା ଗୋଷ୍ଠୀ ଙ୍କୁ ପେପର ପ୍ଲେଟ ତିଆରି ମେସିନ ଦେଇ ଥିଲେ। ଯାହାଫଳରେ ମହିଳା ମାନେ ରୋଜଗାର କ୍ଷମ ହୋଇ ପାରିବେ ବୋଲି କହିଥିଲେ। ସେହିପରି ବେଲଘର ଅଂଚଳର ୨୫ ଜଣ ଯୁବତୀ ଓ ଯୁବକ ମାନଙ୍କ ପାଇଁ ପନ୍ଦର ଦିନ ପୂର୍ବେ କଂପ୍ୟୁଟର ଟ୍ରେନିଂ ଦିଆଯାଇ ଆଜି ସାର୍ଟିଫିକେଟ ମଧ୍ୟ ଦିଆ ଯାଇଛି। ଯାହା ଫଳରେ ସେମାନେ ମଧ୍ୟ ରୋଜଗାର କ୍ଷମ ହୋଇ ପାରିବେବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ କୁ ବେଲଘର ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି।
ରିପୋର୍ଟ ପ୍ରବୀଣ କୁମାର ପଟ୍ଟନାୟକ ତୁମୁଡିବନ୍ଧ