କ ନୂଆଗାଁ(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା କ ନୂଆଗାଁ ବନାଞ୍ଚଳ ପକ୍ଷରୁ ଚଳିତ ବର୍ଷ ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବନ ବିଭାଗ କାର୍ଯ୍ୟlଳୟ ସମ୍ମୁଖରେ ଚାରା ବିତରଣ କେନ୍ଦ୍ର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା,ଉପାଦକ୍ଷ୍ୟ ଧବଳେଶ୍ୱର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଅନିତା ମଲିକ, ସରପଞ୍ଚ ଗୁନୁ ଲତା ମଲିକ,ରେଞ୍ଜର ରମାକାନ୍ତ କହଁର ଉପସ୍ଥିତ ରହି ଚାରା ବିତରଣ କେନ୍ଦ୍ର ଉଦଘାଟନ କରିଥିଲେ । ଏହା ପରେ ସମସ୍ତ ଅତିଥି ଭ୍ରାମ୍ୟମାଣ ରଥ ଶୁଭାରମ୍ଭ କରିଥିଲେ ଏବଂ ଉପସ୍ଥିତ ଜନ ସାଧାରଣଙ୍କୁ ପରିବେଶ ସୁରକ୍ଷିତ ରଖିବା ପାଇଁ ମା ପାଇଁ ଗଛ ଟିଏ ଲଗାଇବା ପାଇଁ ନିବେଦନ କରିଥଲେ । ଏହା ପରେ ବନ ବିଭାଗ ପକ୍ଷରୁ ଲିମାର ପଦରଠାରେ ବୃକ୍ଷ ରୋପଣ କରାଯାଇଥିଲା । ସାଧାରଣ ଲୋକ ଙ୍କୁ 1 ଟଙ୍କା ରେ ଚାରା ବିତରଣ କରାଯାଉଛି । ଫଳରେ ବହୁ ଜନ ସାଧାରଣ ଚାରା ନେବା ନିମନ୍ତେ ଭିଡ଼ ଜମାଇବା ସହ ଚାରା ନେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବନପାଳ ସୁଶାନ୍ତ କୁମାର ବୈଶାଖୀ, ସନ୍ତୋଷ ସେନାପତି ସହଯୋଗ କରିଥିବା ବେଳେ ସମସ୍ତ ବନରଖି ଏବଂ କର୍ମ ଚାରି ଉପସ୍ଥିତ ରହିଥିଲେ ।