ବାଲିଗୁଡ଼ା ବ୍ଲକ ପ୍ରଶାସନ ପକ୍ଷରୁ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

ବାଲିଗୁଡ଼ା-(କୋଶଲନ୍ୟୁଜ୍)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉପଲକ୍ଷେ ମଶାଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଛି l ପ୍ରଥମେ ତୁମୁଡିବନ୍ଧ ବ୍ଲକ ଗୁମା ପଞ୍ଚାୟତ ସାପାଗାଣ୍ଡା ଠାରେ ଶୁଭାରମ୍ଭ ହୋଇ ମଶାଲ ଶୋଭାଯାତ୍ରା ବାହାରି କୋଟଗଡ ବ୍ଲକ ପରିକ୍ରମା କରି ବାଲିଗୁଡ଼ା ବ୍ଲକ କାର୍ଯ୍ୟଳୟ ରେ ପହଂଚି ଥିଲା l ଏହା ପରେ ବ୍ଲକ ପ୍ରଶାସନ ପକ୍ଷରୁ ମଶାଲକୁ ସ୍ୱାଗତ କରାଯାଇ ଚାଙ୍ଗୁ ବାଦ୍ୟରେ ଜନସାଧାରଣ ଓ ଛାତ୍ର ଛାତ୍ରୀ ମାନେ ନୃତ୍ୟ କରି ମିନି ଷ୍ଟାଡିୟମ ଠାରେ ପହଁଚି ଥିଲେ l ଏହା ପରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବାଲିଗୁଡ଼ା ଏସଡି ପିଓ ଆଇପି ଏସ ରମେନ୍ଦ୍ର ପ୍ରସାଦ, ସନମ୍ମାନିତ ଅତିଥିଭାବେ ବାଲିଗୁଡ଼ା ପିଆଇଟିଡିଏ ଗଦାଧର ପାତ୍ର, ବିଡିଓ ଦୀପ୍ତି ପ୍ରକାଶ ବେହେରା, ଆସିଷ୍ଟାଣ୍ଟ କଲେକଟର  ଧୀରଜ ପାତ୍ର,ସାଂସଦ ପ୍ରତିନିଧି ଆଦିକନ୍ଧ ପଟ୍ଟନାୟକ ଯୋଗ ଦେଇ ଥିଲେ l ଏହି ଅବସରରେ ବନବାସ ସେବା ସମିତି ଛାତ୍ର ଛାତ୍ରୀ ମାନେ ଆଦିବାସୀ ନୃତ୍ୟ ପରିବେଶଣ କରିଥିଲେ l ଏହା ପରେ ମୁଖ୍ୟ ଅତିଥି କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା l ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମ ଚାରି ସହଯୋଗ କରିଥିଲେ l

ରିପୋର୍ଟ -ସାମୁଏଲ ପ୍ରଧାନ

Comments (0)
Add Comment