ଆଇନ ଜିବିଙ୍କ ଉପରେ ଗଛ ପଡ଼ିବା ଘଟଣା ପରେ ତତ୍ପରତା ପ୍ରଶାସନ, କଟା ଯିବ ବିପଦ ସଙ୍କୁଳ ସମସ୍ତ ଶୁଖିଲା ଗଛ 

ବାଲିଗୁଡ଼ା(କୋଶଲ ନ୍ୟୁଜ୍):-କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ ଏସି  ଥାନା ପାଚେରିରେ ଲାଗି ରହିଥିବା ନୋଟାରୀ ରାସ୍ତା ପାର୍ଶ୍ୱରେ ଥିବା ଶୁଖିଲା ଆମ୍ବ ଗଛର ଡାଇ ଭାଙ୍ଗି ପଡ଼ିବା ଯୋଗୁଁ ବାଇକ ଚୁର ମାର ହୋଇ ଭାଙ୍ଗି ପଡ଼ିଥିବା ବେଳେ ବାଇକ ଚାଳକ ଗୁରୁତର l ଆହତ ଜଣଙ୍କ ହେଲେ ବାଲିଗୁଡ଼ା କୋର୍ଟର ଆଇନ ଜିବି ରାମକୃଷ୍ଣ ଦାସ l ସୂଚନା ଥାଉକି ଆଇନଜୀବୀ ଗତ କାଲି ସକାଳୁ କୌଣସି  କାମରେ ନୋଟାରି ରାସ୍ତା ଦେଇ ଯାଉଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଆମ୍ବ ଗଛର ଗଣ୍ଡିଟି ବାଇକ ଉପରେ ପଡ଼ି ଯାଇଥିଲା l ଫଳରେ ସେ ଭାରସ୍ୟlମ ହରାଇ ଡ୍ରେନ ପାର୍ଶ୍ଵରେ ପିଟି ହୋଇ ପଡିଯାଇଥିଲେ l ସଙ୍ଗେ ସଙ୍ଗେ ସିଆର ପିଏଫ୍ ଯବାନ ଏବଂ ବୁଲୁ ସାହୁ, କୁନା ସାହୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଇନ ଜିବିଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ତାଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଛାତିରେ ଆଘାତ ଲାଗିଥିବା ଯୋଗୁଁ  ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀକୁ   ସ୍ତାନାନ୍ତରିତ କରାଯାଇଛି l ଏହି ଘଟଣା ପରେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ଃ ରୀନା ପ୍ରଧାନ ଏହାକୁ ଗୁରୁତ୍ୱନେଇ ସହର ମଧ୍ୟ୍ୟରେ ରହିଥିବା ବିବଦ ସଙ୍କୁଳ ଅବସ୍ଥାରେ ରହିଥିବା ଶୁଖିଲା ଗଛ ଗୁଡ଼ିକ ଚିହ୍ନଟ କରି କଟାଯିବ ବୋଲି ସୂଚନା ଦେଇ ଛନ୍ତି l

ରିପୋର୍ଟ:-ସାମୁଏଲ ପ୍ରଧାନ

Comments (0)
Add Comment