ଟ୍ରେନରୁ ଖସି ବାଲିଗୁଡ଼ା ୧୩୬ ବିଏସଏଫ୍ ଯବାନ ଗୁରୁତ ଭୁବନେଶ୍ବରକୁ ଏୟାରଲିଫ୍ଟ

ବାଲିଗୁଡ଼ା- (କୋଶଲ ନ୍ୟୁଜ୍)ଚଳନ୍ତା ଟ୍ରେନରୁ ଖସି ପଡି ଜଣେ ଯବାନଙ୍କ ବାମ ହାତ କଟିଯିବା ଭଳି ଏ ଅଭାବ ବନୀୟ ଘଟଣା ପୂର୍ବତଟ ରେଳବାଇ ସମ୍ବଲପୁ ପୁର ରେଳ ଡିଭିଜନ୍ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ଏକ ମୁନିଗୁଡା ଷ୍ଟେସନରେ ଦେଖିବାକୁ ମିଳିଛି । ଯବାନ ଜଣଙ୍କ ହେଲେ ଅଶୋକ କୁମାର ମୀନା । ସେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ବାଟାଲିୟନ କନେଷ୍ଟବଲ  l ସେ  ଗତ କାଲି ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ ଯୋଗେ ବାଟାଲିୟନର ଅନ୍ୟ ୬ଜଣଙ୍କ ସହ ମିଶି ସେ କୋରାପୁଟରୁ ମୁନିଗୁଡାକୁ ଆସୁଥିଲେ । ସେଠାରୁ ସେ ବାଲିଗୁଡ଼ା ଆସିଥାନ୍ତି l ହେଲେ ଟ୍ରେନଟି ମୁନିଗୁଡା ରେଳ ଷ୍ଟେସନରେ ପହଞ୍ଚିଥ‌ିବା ବେଳେ କୈାଣସି କାରଣ ବଶତଃ ଯବାନ ଅଶୋକ l ଭାରସାମ୍ୟ ହରାଇ ଟ୍ରେନ ଚକା ତଳେ ଖସି ପଡିଥିଲେ । ଫଳରେ ତାଙ୍କ ବାମ ହାତ ତ ସଂପୂର୍ଣ ଭାବେ କଟି ଯାଇଥିଲା । ଆରପିଏଫ ଏଏସଆଇ କେ.ସ୍ୱୟଂମ ପ୍ରକାଶ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯବାନଙ୍କୁ ଉଦ୍ଧାର କରି ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ lତୁରନ୍ତ ବିଏସଏଫ ଷ୍ଟାଫଙ୍କ ସମେତ ସ୍ଥାନୀୟ ରେଳବାଇ ଆରପିଏଫ ଏବଂ ଜିଆରପି ପୋଲିସଙ୍କ ସହାୟତାରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ ତାଙ୍କୁ ଜେକେପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡରୁ ବିଏସଏଫ୍ ହେଲି କେପ୍ଟର ଯୋଗେ ଭୁବନେଶ୍ୱରକୁ ଏୟାରଲିପ୍ଟ କରାଯାଇଛି ।

ରିପୋର୍ଟ -ସାମୁଏଲ ପ୍ରଧାନ

Comments (0)
Add Comment