ମହା ଆଡମ୍ବର ରେ ପାଳିତ ହେଲା ଏନ. ଏସ. ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨୮ତମ ନେତାଜୀ ସୁଭାଷ ବୋଷ ଜୟନ୍ତୀ ଓ ବର୍ଷିକ ସମାରୋହ

ତୁମୁଡିବନ୍ଧ(କୋଶଲ ନ୍ୟୁଜ୍)-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମ ବିଦ୍ୟାଳୟରେ ଆଜି ଗୁରୁବାର ପୂର୍ବାହ୍ନରେ ନେତାଜୀ ସୁଭାଷ ବୋଷଙ୍କ୧୨୮ତମ ଜନ୍ମ ଜୟନ୍ତୀ ଓ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଏହିକାର୍ଯ୍ୟକ୍ରମ ରେ ଆନୁଷ୍ଠାନିକ ଭାବେ ଅଧ୍ୟାପକ ଦୁଖୀଶ୍ୟାମ ମହାରଣା ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ମଞ୍ଚ ଉପରକୁ ସ୍ୱାଗତ କରିଥିଲେ। ଏହା ପରେ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ରୂପେ ବାଲି ଗୁଡ଼ା  ଆଇ ଟି ଡି ଏ ପି ଏ ଗଦାଧର ପାତ୍ର ,ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝୀ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡିବନ୍ଧ ବି ଡି ଓ ବନ ବିହାରୀ ହରପାଲ, ସମାଜ ସେବୀ ପ୍ରମୋଦ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ,ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ଓ ତୁମୁଡିବନ୍ଧ ବ୍ଳକ ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ତୁମୁଡିବନ୍ଧ ଅଞ୍ଚଳର ବୁଦ୍ଧିଜୀବୀ ତଥା ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀ ଧର ସାହୁ, ରାମ କୃଷ୍ଣ ପାଢ଼ୀ, ପରମା ନନ୍ଦ ବେହେରଦଳାଇ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ଆରମ୍ଭ  କରିଥିଲେ।ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତିରେ କନ୍ଧମାଳ ସାଂସଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମୁଖ୍ୟ ଅତିଥି ସାଂସଦ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ଉପଦେଶ ଦେଇ କହିଲେ ଯେ ଆଜି ଦିନଟି ପରାକ୍ରମୀ ଦିବସ କାରଣ ଓଡ଼ିଶା ମା ର  ଦୁଇ ଜଣ ଯୋଗ୍ୟ ସନ୍ତାନସ୍ୱାଧୀନ ସଂଗ୍ରାମର ବିପ୍ଲବୀ ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଦିବସ ଅଟେ। ତାଙ୍କ ଅନୁଚିନ୍ତା ରେ ଆମେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା। ନେତାଜୀଙ୍କ ଆଗରେ କୌଣସି ଅସମ୍ଭବ ନଥିଲା। ତାଙ୍କ ଇଚ୍ଛା ଶକ୍ତି ଆଗରେ ସବୁ ହାର ମନୁଥିଲା। ଦୀପର ଧର୍ମ ହେଉଛି ଜଳିବା, ଛାତ୍ରର ଧର୍ମ ହେଉଛି ପଢ଼ିବା,ଶିକ୍ଷକ ଙ୍କ ଧର୍ମ ହେଉଛି ପାଠ ପଢ଼େଇବା। ତେଣୁ ଇଚ୍ଛା ଶକ୍ତି ଆଗରେ ସବୁ ହାର ମାନିଯିବ। ଉଠ, ଜାଗ,ବିରାମ ନିଅ ନାହିଁ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ବା ପର୍ଯ୍ୟନ୍ତ। ଏହି ବିଦ୍ୟାଳୟ ନେତାଜୀ ଙ୍କ ନାମରେ ନାମିତ ହୋଇଛି। ଆମେ ସମସ୍ତେ ତାଙ୍କ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଇବା ବୋଲି କହିଥିଲେ।ଏହା ପରେ ତଳ ଦିନରେ କରା ଯାଇ ଥିବା ବର୍ଷିକ କ୍ରୀଡ଼ାପ୍ରତି ଯୋଗିତାରେ ଅଂଶଗ୍ରହଣ କୃତି ହାସଲ କରିଥିବା ଛାତ୍ର ଛାତ୍ରି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ସତ୍ୟରଞ୍ଜନ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରି ଥିଲେ।


ରିପୋର୍ଟ:-ପ୍ରବୀଣ କୁମାର ପଟ୍ଟନାୟକ

Comments (0)
Add Comment