ଭୁବନେଶ୍ଵର(କୋଶଲ ନ୍ୟୁଜ୍):- ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଜୟ ଜଗନ୍ନାଥ ସେବା ସଂଘ ପୁରୀ ବଡଦାଣ୍ଡରେ ଜଗନ୍ନାଥଙ୍କର ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଅନ୍ନ, ଡାଲମା, ଆମ୍ବଖଟା, କ୍ଷୀରି ଇତ୍ୟାଦି ବଣ୍ଟନ କରାଯା
ଇଛି
। ଉକ୍ତ ପବିତ୍ର ସେବାକାର୍ଯ୍ୟ ଶ୍ରୀଗୁଣ୍ଡିଚାଠାରୁ ସୁନାବେଶ ପର୍ଯ୍ୟନ୍ତ ସଂଘ
ତରଫରୁ
କରାଯାଇଛି
। ଶ୍ରୀମନ୍ଦିର ଓ ପୁରୀ ଜିଲ୍ଲାପାଳଙ୍କ ଅନୁମତିରେ ସେବାସଙ୍ଘର କର୍ମକର୍ତ୍ତାମାନେ ପୁରୀ ବଡ
ଦାଣ୍ଡସ୍ଥିତ ବଳଗଣ୍ଡି ଛକର
ମାଜଣା ଜାଗା ନିକଟରେ ଉକ୍ତ ସେବା ଯୋଗା
ଇଛନ୍ତି
। ସଂଘର ସଭାପତି ବିପିନି ବିହାରୀ ନାଥ, ଉପସଭାପତି ଚକ୍ରଧର ପ୍ରଧାନ, ସମ୍ପାଦକ ଅଧ୍ୟାପକ ବୁଦ୍ଧଦେବ ପ୍ରଧାନ, ସହସମ୍ପାଦକ ସହଦେଵ ମାଝୀ, କୋଷାଧ୍ୟକ୍ଷ ସୁଜିତ୍ ସାହୁ, ସଦସ୍ୟ ଅମରେଶ ନାଥ, ମୀନକେତନ ସାହୁ, ଜିତେନ୍ଦ୍ର ବିଶ୍ୱାଳ, ଦ୍ୱାରି ପ୍ରଧାନ, କାଳିଆ ପ୍ରଧାନ, ବାପୁନି ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ରବି ନାରାୟଣ ପ୍ରଧାନ, ପ୍ରମୋଦ ଦେହୁରୀ, ରାଧାକାନ୍ତ ପ୍ରଧାନ, ଶଙ୍କର ପ୍ରଧାନ, ନିରଞ୍ଜ ସାହୁ, ତ୍ରିନାଥ ପ୍ରସାଦ ଦାସ, ଉପଦେଷ୍ଟା ବିପିନି ବାବା,ଗଣେଶ୍ୱର ପ୍ରଧାନ,
ଯୋଗିନାଥ ସାହୁ, ହାଡ଼ିବନ୍ଧୁ ପାଣିଗ୍ରାହୀ, ଅଧ୍ୟାପକ ଅଜୟ ବେହେରା, ବିନୋଦ ସରଳିଆ, କୈଳାସ ଅଗ୍ରୱାଲା, ଦେବଦତ୍ତ ମାଝୀ ସହଦେଵ ମାଝୀ, ବିଶ୍ୱନାଥ ପ୍ରଧାନ ପ୍ରମୁଖ ଏହି ସେବାକାର୍ଯ୍ୟରେ ସହଯୋଗ କରିଛନ୍ତି
।